ଲକ୍ଡାଉନ୍ ସମୟରେ ଜନସାଧାରଣଙ୍କ ଭାବନାକୁ ବୁଝିବା ପାଇଁ ଆଇଆଇଏମ୍, ଲକ୍ଷ୍ନୌର ସେଣ୍ଟର ଫର ମାର୍କେଟିଂ ଇନ୍ ଏମର୍ଜିଂ ଇକୋନୋମିଜ୍ (ସିଏମ୍ଇଇ) ଦ୍ୱାରା ଏକ ପାନ୍ ଇଣ୍ଡିଆ ଅଧ୍ୟୟନ କରାଯାଇଥିଲା। ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ, ଅଧିକାଂଶ ଲୋକ (୭୯%) ଭୟଭୀତ, ୪୦% ଲୋକ ଭୟର ଭାବନା ଦ୍ୱାରା ଘେରି ରହିଛନ୍ତି ଏବଂ ୨୨% ଲୋକ ଦୁଃଖରେ ଅଛନ୍ତି। ଏହି ଅଧ୍ୟୟନରେ ଭାଗ ନେଇଥିବା ବ୍ୟକ୍ତିମାନେ ଭାରତର ୨୩ଟି ରାଜ୍ୟର ୧୦୪ଟି ସହରରୁ ଆସିଥିଲେ ଏବଂ ସେମାନଙ୍କ ମଧ୍ୟରେ ମେଟ୍ରୋ ସହର ଓ ଟାୟାର-୨ ସହରର ଲୋକ ମଧ୍ୟ ସାମିଲ ଥିଲେ। ସ୍ତର-୧ ଅଧ୍ୟୟନ କେବଳ ଲୋକମାନେ କିପରି ଅନୁଭବ କରନ୍ତି ତାହା ନୁହେଁ ବରଂ ସେମାନେ କାହିଁକି ଏପରି ଅନୁଭବ କରନ୍ତି ତାହା ଜାଣିବା କ୍ଷେତ୍ରରେ ସୀମିତ ଥିଲା। ଏହି ସମୟରେ ଲୋକମାନେ ପ୍ରକୃତରେ କିପରି ଅନୁଭବ କରୁଛନ୍ତି, ସେ ସମ୍ପର୍କରେ ଅଧ୍ୟୟନ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ, ୩୨% ଲୋକ ଅର୍ଥନୈତିକ ସଙ୍କଟ, ୧୨% ଲୋକ ଲକ୍ଡାଉନ୍ ଅବଧି ଶେଷ ହେବାର ଅନିଶ୍ଚିତତତା, ୧୫% ଲୋକ ଦାୟିତ୍ୱହୀନ ଆଚରଣ ଏବଂ ୧୪% ଲୋକ ଭାଇରସ୍ ଦ୍ବାରା ସଂକ୍ରମିତ ହେବାର ଭୟ ଦୁଃଖ ଓ ବିବ୍ରତର କାରଣ ବୋଲି ଦର୍ଶାଇଛନ୍ତି। ଅନ୍ୟପକ୍ଷେର, ଭୂତାଣୁ ନୁହେଁ ଲକ୍ଡାଉନ୍ ସମୟରେ ଅର୍ଥନୈତିକ ସଙ୍କଟ ବଡ଼ ଚିନ୍ତାର ବିଷୟ।
ଏଥିରେ ସାମିଲ୍ ହୋଇଥିଲେ ଥାନେର ଜଣେ ୩୦ ବର୍ଷୀୟା ବେକେରୀ ମାଲିକ। ତାଙ୍କ ଅନୁଭବ ଅନୁସାରେ, ‘ଏହି ମହାମାରୀ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଭାବିତ କରିଛି। ସୀମିତ ସମ୍ବଳ ଥିବା କାରଣରୁ ମଧ୍ୟବର୍ଗ ଏବଂ ଗରିବ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଅର୍ଥନୀତି ଠପ୍ ହୋଇଯାଇଛି। ତେଣୁ କେବଳ ଖର୍ଚ୍ଚ ହେଉଛି ଏବଂ ରୋଜଗାର ନଥିବା କଷ୍ଟଦାୟକ ହୋଇପଡ଼ିଛି।’ ପୋୱାଇର ଜଣେ ୪୦ ବର୍ଷୀୟ ବ୍ୟାଙ୍କିଂ ପେସାଦାରଙ୍କ ମତରେ, ‘ପ୍ରତ୍ୟେକ ସ୍ଥିତି କେବେ ସ୍ବାଭାବିକ ଅବସ୍ଥାକୁ ଫେରିବ ଏବଂ ବୃହତ ଅର୍ଥନୀତି ଟଳିପଡ଼ିବାର ଆଶଙ୍କା ଦେଖାଦେଇଛି। କର୍ପୋରେଟସ୍ ସମ୍ମୁଖୀନ ହେଉଥିବା ଲିକ୍ୟୁଡିଟି ସମସ୍ୟା କାରଣରୁ ବେରୋଜଗାରୀ ଏବଂ ବ୍ୟାଙ୍କିଂ ଏନ୍ପିଏ ବୃଦ୍ଧି ପାଇବ।’ ଚିତ୍ରଦୃର୍ଗର ଜଣେ ୪୦ ବର୍ଷୀୟ ମାର୍କେଟିଂ ମ୍ୟାନେଜର ପ୍ରକାଶ କରିଛନ୍ତି ଯେ, ‘ପ୍ରଥମ କଥା ହେଉଛି ଆମେ ଚାକିରି ବିଷୟରେ ନିଶ୍ଚିତ ନାହୁଁ, ଯଦି ଏହା ଜାରି ରହେ ତେବେ ଆସନ୍ତା ମାସରେ ଦରମା ମିଳିନପାରେ। ଏସବୁ ସତ୍ୱେ ପରିବାରକୁ ଭାଇରସ୍ରୁ ରକ୍ଷା କରିବାକୁ ପଡ଼ିବ।’ ନାଲ୍କୋସ୍ଥିତ ଜଣେ ଚିନ୍ତିତ ମ୍ୟାନେଜର କହିଛନ୍ତି ଯେ, ‘ଲୋକମାନେ ଚାକିରି ହରାଉଛନ୍ତି ଦରମାକାଟ କରାଯାଉଛି। ଆମେମାନେ ଦ୍ୱନ୍ଦ୍ୱରେ ଅଛୁ ଏବଂ ଆଗକୁ କ’ଣ ହେବ ସେନେଇ ମଧ୍ୟ ଚିନ୍ତିତ ରହିଛୁ।’
ଗୁରୁଗାଁଓର ୪୦ ବର୍ଷୀୟ ଜଣେ ପେସାଦାର ସମାନ ଭାବନା ପ୍ରତିପାଦିତ କରିଛନ୍ତି। ‘ସମଗ୍ର ବିଶ୍ୱରେ ଆର୍ଥିକ ପ୍ରତିକ୍ରିୟା ଭୟଙ୍କର ସ୍ଥିତି ଆଡ଼କୁ ଗତି କରୁଛି। ସେଠାରେ ଅନେକ ଛଟେଇ ହେବ ଏବଂ ଘରୋଇ ପୁଞ୍ଜି ବିନିଯୋଗ ସ୍ଥିର ହୋଇପାରେ।’ ଲୁଧିଆନାର ଜଣେ ୨୪ ବର୍ଷୀୟ ଛାତ୍ରଙ୍କ ଅନୁସାରେ ‘ଯେଉଁ ଛାତ୍ରଛାତ୍ରୀମାନେ ୨୦୨୧ରେ ସ୍ନାତକ ଡିଗ୍ରୀ ହାସଲ କରିବେ ସେମାନଙ୍କ ପାଇଁ ଭବିଷ୍ୟତର ଚାକିରି ସୁଯୋଗ ବିପଦକୁ ଚାଲି ଆସିଛି।’ ମହେଶ (ନାମ ପରିବର୍ତ୍ତନ ପରେ) (୫୦ ବର୍ଷୀୟ) ମୁମ୍ବାଇରେ କନ୍ସଲଟାଣ୍ଟ ଭାବେ କାର୍ଯ୍ୟ କରନ୍ତି। ସେ କହିଛନ୍ତି ଯେ, ‘ ଭାରତ ଏପରି ତାଲାବନ୍ଦ ପାଇଁ ପ୍ରସ୍ତୁତ ନୁହେଁ ଏବଂ ଫଳସ୍ବରୂପ ସରକାରୀ, କମ୍ପାନୀ ଏବଂ ନାଗରିକମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହୋଇଛନ୍ତି। ଲକ୍ଡାଉନ୍ ପରେ ବେରୋଜଗାରୀ ବୃଦ୍ଧି ଏବଂ କମ୍ ଚାହିଦା ସହ କାରଖାନା ଉତ୍ପାଦନ ହ୍ରାସ ଭାରତୀୟ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିଛି। ଏହି ଅପ୍ରତ୍ୟାଶିତ ଝଟ୍କା ଭାରତୀୟ ଅର୍ଥନୀତିରେ ଆହୁରି ବୃଦ୍ଧି ପାଇବ ା’
ଏହି ଅଧ୍ୟୟନର ନେତୃତ୍ୱ ନେଇଥିବା ଆଇଆଇଏମ ଲକ୍ଷ୍ନୌର ପ୍ରଫେସର ସତ୍ୟଭୂଷଣ ଦାସ। ଶ୍ରୀ ଦାସ ଦୃଢ଼ ଆଶାପୋଷଣ କରିଛନ୍ତି ଯେ, ସରକାରଙ୍କ ଦ୍ୱାରା ଘୋଷିତ ଆର୍ଥିକ ପ୍ୟାକେଜ୍ର ସଦୁପଯୋଗ ଲୋକଙ୍କ ଅର୍ଥନୈତିକ ସଙ୍କଟଜନିତ ଦୁଃଖଦ ପରିସ୍ଥିତିକୁ ଦୂର କରିବାରେ ସହାୟକ ହେବ। କ୍ୱାଲିସିସ୍ ରିସର୍ଚ୍ଚର ପ୍ରତିଷ୍ଠାତା ଏବଂ ଏହି ଅଧ୍ୟୟନର ଗାଇଡ୍ ଆଶୁ ସଭରୱାଲଙ୍କ ମତରେ କରୋନା ମୁକାବିଲା ପାଇଁ ନିୟମ ପାଳନ କରିବାକୁ ପଡ଼ିବ। କାରଣ, ବର୍ତମାନ ସ୍ଥିତିରେ କରୋନାରୁ ମୁକୁଳିବା ସହଜ ହେବନାହିଁ ା ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଯେପରିକି ଫେସବୁକ, ଲିଙ୍କ୍ଡ ଇନ୍ ଇତ୍ୟାଦି ମାଧ୍ୟମରେ ଏହାର ଅଧ୍ୟୟନ କରାଯାଇଥିଲା। ସମୁଦାୟ ୯୩୧ ଜଣ ଏଥିରେ ସାମିଲ୍ ହୋଇଥିଲେ। ମେଟ୍ରୋ, ପ୍ରଥମ ପର୍ଯ୍ୟାୟ, ଦ୍ୱିତୀୟ ପର୍ଯ୍ୟାୟ ସହରଗୁଡିକର ୨୩ଟି ରାଜ୍ୟ ଓ ୧୦୪ଟି ସହରରୁ ଏଥିରେ ସାମିଲ ହୋଇଥିଲେ ା ଏହି ଅଧ୍ୟୟନ ପ୍ରଫେସର ସତ୍ୟଭୂଷଣ ଦାସ (ଆଇଆଇଏମ, ଲକ୍ଷ୍ନୌ), ଆଶୁ ସଭରଓ୍ୱାଲ (କ୍ୱାଲିସିସ୍ ପ୍ରତିଷ୍ଠାତା) ଏବଂ ମୋହନ କ୍ରୀଷ୍ଣା (ପୂର୍ବତନ ଭିପି, କାଣ୍ଟାର)ଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ା ଅନୁସନ୍ଧାନ ଦଳରେ ଅବିନାଶ ଜୈନ (ଆଇଆଇଏମ ଲକ୍ଷ୍ନେର ପିଏଚ୍ଡି ସ୍କଲାର) ଏବଂ ଅଙ୍କିତା ସିଂ (କ୍ୱାଲିସିସ୍ର ନିର୍ଦ୍ଦେଶକ) ସାମିଲ୍ ଥିଲେ।
ପ୍ରଫେସର ସତ୍ୟଭୂଷଣ ଦାସ
ଆଇଆଇଏମ, ଲକ୍ଷ୍ନୌ