ଗାଁରେ ସ୍ଥିତି ସଂଗୀନ : ବାହାରେ ଲକ୍ ଡାଉନ୍ ଭିତରେ ଖୁଲମ୍ ଖୁଲା ନିୟମ ଉଲଂଘନ

ଜଗତସିଂହପୁର ଟାଉନ୍ : କରୋନା ମୁକାବିଲା ପାଇଁ ସରକାର ଉଦ୍ୟମ କରୁଛନ୍ତି। ସାରା ଦେଶ ଏବେ ଲକ୍ ଡାଉନ୍‌ରେ। ଓଡ଼ିଶାରେ କିଛି ସ୍ଥାନକୁ ସଟ୍ ଡାଉନ୍ ବି କରାଯାଇଛି। ସହରରେ କଡ଼ା କଡ଼ି ନିୟମକୁ ପାଳନ କରାଯାଉଥିବା ବେଳେ କଣ ରହିଛି ଗାଁର ଚିତ୍ର। ଏନେଇ ଆଜି ସମ୍ବାଦ ଟିମ୍ ପରଖି ଥିଲା ଗ୍ରାଉଣ୍ଡ ଜିରୋର୍ ସ୍ଥିତି। ଯେଉଁ ସ୍ଥିତି ସମ୍ମନାକୁ ଆସିଲା ତାହା ଅତି ସାଙ୍ଘାତିକ।

ଜଗତସିଂହପୁର ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ ୫୦ କିମି ଗଲେ ବାଲିକୁଦା ବ୍ଲକର ମରିଚିପୁର ବଜାର। ବଜାର ଆରମ୍ଭରେ ମୁଖ୍ୟ ରାସ୍ତାରେ ଦୁଇଟି ବାଉଁଶ ଆଦି ଦିଆ ଯାଇ ସେଥିରେ ଲକ୍‌ଡାଉନ୍ ଲେଖା ଯାଇଥିଲା। କିଛି ସମୟପରେ ଜଣେ ବ୍ୟକ୍ତି ବାଉଁଶ ଖୋଲିଥିଲେ। ବାହାରୁ ଦେଖିଲେ ସେଠିକାର ଲୋକ ସଚେତନ ହୋଇ ବାଉଁଶ ବାନ୍ଧିବା କଥା ମନକୁ ଆସିଥିଲା। କିନ୍ତୁ ଭିତରେ ସ୍ଥିତି ପୁରା ଓଲଟା। ଲକ୍ ଡାଉନ୍ ଘୋଷଣା ହେବାପରେ ଜିଲ୍ଲା, ରାଜ୍ୟ ବାହାରୁ ଲୋକ ଗାଁକୁ ଆସିଛନ୍ତି।

କ୍ୟାରେଣ୍ଟାଇନରେ ନରହି ବାହାରେ ବୁଲୁଛନ୍ତି। ଲକ୍ ଡାଉନ୍ ନିୟମକୁ ଫୁ କରିବା ସହ ସାମାଜିକ ଦୂରତା ବି ନଥିଲା। ଗାଁରେ ଖୋଲାଥିଲା ପାନ, ଭେରାଇଟି ଷ୍ଟୋର। ବଜାରରେ ଅଧା ସଟର ଟେକି କିଛି ଦୋକାନୀ ବେପାର କରୁଥିବାବେଳେ ଗାଁ ଭିତରେ କିନ୍ତୁ ସମ୍ପୂର୍ଣ୍ଣ ଖୋଲାଥିଲା ପାନ ଦୋକାନ। ଗୋଟେ ଜାଗାରେ ୨୦ ରୁ ୩୦ ଲୋକ ଏକାଠି ବସି ଗପ ସପରେ ମଶଗୁଲ୍ ଥିଲେ ।

ନହରଣା, ବରମୁଣ୍ଡଳି ଓ ଅପଣ୍ଡରା ପଞ୍ଚାୟତରେ ବି ସମା ନ ଅବସ୍ଥା। ନହରଣା ଓ ଦଶବାଟିଆ ବଜାରରେ ଅଧା ଖୋଲା ରଖି ବିକ୍ରି କରିଥିଲେ ଦୋକାନୀ। ଦଶବାଟିଆ ବଜାରରେ ପୁଲିସ ଫାଣ୍ଡି ଥାଇ ବି କିଛି ଫରକ୍ ପଡୁ ନଥିବା ଦେଖିବାକୁ ମିଳିଥିଲା । ଦଶବାଟିଆ ବଜାରରେ ମିଠା ଦୋକାନ, ପାନ ଦୋକାନ ସହ ଭେରାଇଟୀ ଷ୍ଟୋର ଖୋଲା ଖୋଲି ବେଖାତିର୍ କରି ଦୋକାନ ଖୋଲିଥିଲେ। ପତ୍ରପଡ଼ାରେ ଚା ଦୋକାନ ବି ଖୋଲା ରହିଥିଲା

ତାଳଗାଁ ଗାଁ ଆଗରେ ପଥର ରଖାଯାଇ ଗାଁକୁ ରାସ୍ତା ବନ୍ଦ କରାଯାଇଛି। କିନ୍ତୁ ଭିତରେ ଶତାଧିକ ପିଲା ଏକତ୍ର ହୋଇ କ୍ରିକେଟ୍ ଖେଳୁଛନ୍ତି। କ୍ୟାମେରା ଦେଖିବା ମାତ୍ରେ ଦୌଡ଼ି ଚାଲି ଗଲେ। ସେହିପରି ଅପଣ୍ଡରା ପଞ୍ଚାୟତ ଓଲାସ୍ ଗାଁ ରେ ବାଉଁଶ ବାଡ଼ ଦିଆ ଯାଇଛି। ହେଲେ ଭିତରେ ଫୁଟବଲ୍ ଖେଳ ଚାଲିଛି। ପୁଲିସ ଥରେ ଆସି ମନା କରି ଗଲେ ବି କିଛି ଫରକ୍ ପଡୁନି। ଗୁରୁତ୍ଵ ପୂର୍ଣ୍ଣ କଥା ହେଲା ବାହାରୁ ଆସିଥିବା ଯୁବକମାନେ ସଂଗରୋଧ୍ ଭାବେ ଘରେ ନ ରହି ଖେଳୁଥିବା ଦେଖିବାକୁ ମିଳିଥିଲା।

ଅନ୍ୟପଟେ ପ୍ରତି ପଞ୍ଚାୟତରେ ଆଇସୋଲେଶନ ସେଣ୍ଟର୍ ପାଇଁ ମଞ୍ଜୁର ହୋଇଥିବା ଅର୍ଥକୁ ଏ ପଞ୍ଚାୟତ ଗୁଡିକରେ ଠିକ୍ ଭାବରେ ଖର୍ଚ୍ଚ କରାଯାଉନଥିବା ଦେଖିବାକୁ ମିଳିଥିଲା। ବାରମୁଣ୍ଡଳି ପଞ୍ଚାୟତରେ ସମ୍ପୂର୍ଣ୍ଣ ବେଡ୍ ପଡି ନଥିଲା କି ଆକୁଆଗର୍ଡ ନଥିଲା। ମରିଚିପୁର ପଞ୍ଚାୟତରେ କିଛି ଭଡ଼ାରେ ବେଡ୍ ଆସିଥିବା ବେଳେ ସେଥିରେ ପୁରୁଣା କପଡା ପଡ଼ିଛି। ଆକୁଆଗ।ର୍ଡ ବି ନାହିଁ। ନହରଣାରେ ବେଞ୍ଝ ଯୋଡ଼ା ହେଇ ବେଡ୍ ପକାଯାଇଛି। ଏମିତି ଥିଲା ଆଇସୋଲେସନ୍ ସେଣ୍ଟର୍।

ଧର୍ମକୁ ଆଖି ଠାର ଭଳି ସବୁ କରା ଯାଇଥିଲା । ନହରଣା ପଞ୍ଚାୟତରେ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ବି ଦିଆଯାଇନଥିଲା। ଗାଁରେ ଯଦି ଏଭଳି ସ୍ଥିତି ଲାଗି ରୁହେ ତେବେ ସରକାର କେମିତି ଆଗାମୀ ଦିନରେ କରୋନାକୁ ମୁକାବିଲା କରିବେ ତାକୁ ନେଇ ବଡ଼ ପ୍ରଶ୍ନ ଛିଡ଼ା ହେଇଛି। ତେବେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର କୋହଳ ମନବୃତି ଯେତିକି ପରିମାଣରେ ଦାୟୀ ଲୋକଙ୍କ ସଚେତନ ହୀନତା ସମପରିମାଣରେ ଦାୟୀ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର