ସମ୍ବଲପୁର :ଲକ୍ଡାଉନ୍ ଯୋଗୁଁ ସମ୍ବଲପୁରରେ ମହୁଲ ସଂଗ୍ରହକାରୀଙ୍କ ଜୀବନ ଜୀବିକା ସଂକଟରେ ପଡ଼ିଛି। କୌଣସି ଗାଁରେ କ୍ରେତାଙ୍କ ଦେଖା ମିଳୁନାହିଁ। ଅପରପକ୍ଷରେ ଆବଶ୍ୟକଠାରୁ ଅଧିକ ସଂଖ୍ୟକ ମହୁଲ ରଖିବା ଆଇନ ବିରୋଧାଚରଣ। ସଂଗ୍ରହ ହୋଇଥିବା ମହୁଲ ବିକ୍ରି କରିନପାରି ଲୋକେ ଚିନ୍ତାରେ ପଡ଼ିଛନ୍ତି। ସମ୍ବଲପୁର ଜିଲ୍ଲାରେ ବାର୍ଷିକ ୭୫ ହଜାରରୁ ୧ ଲକ୍ଷ କ୍ବିଣ୍ଟାଲ ମହୁଲ ସଂଗ୍ରହ ହୋଇଥାଏ। ଜିଲ୍ଲାର ୯ ବ୍ଲକ୍ର ଅଧିକାଂଶ ପଞ୍ଚାୟତ ଅଧିବାସୀ ଏହା ଉପରେ ନିର୍ଭରଶୀଳ। ଫେବ୍ରୁଆରିରୁ ଏପ୍ରିଲ ମାସ ହିଁ ମହୁଲ ସଂଗ୍ରହର ଉତ୍କୃଷ୍ଟ ସମୟ। ପ୍ରତି ଗାଁର ଅଧିକାଂଶ ଅଧିବାସୀ ଜଙ୍ଗଲରୁ ମହୁଲ ସଂଗ୍ରହ କରିଥାନ୍ତି। ପଞ୍ଚାୟତ କାର୍ଯ୍ୟାଳୟରୁ ଲାଇସନ୍ସ ନେଇଥିବା ବ୍ୟବସାୟୀ ସଂଗ୍ରହକାରୀଙ୍କଠାରୁ କ୍ରୟ କରି ଥାଆନ୍ତି। ମେଘପାଲର ଦିବାକର ମରେଇ କହନ୍ତି, ମେଘପାଲ, ଛାମୁଣ୍ଡା, କୟାକୁଦ ଏବଂ କଂସରରୁ ୨୫ରୁ ୩୦ ଟନ୍ ସଂଗ୍ରହ ହୋଇଥାଏ। ସେମାନଙ୍କ ପାଇଁ କୌଣସି ସରକାରୀ ଦର ନିର୍ଧାରଣ ହୋଇନଥାଏ। ବ୍ୟବସାୟୀମାନେ ନିଜେ ନିଲାମରେ କେଜି ପ୍ରତି ୧୫ରୁ୨୦ ଟଙ୍କା କିଣିଥାଆନ୍ତି। ମହୁଲ ସାଧାରଣତଃ ଭାଟି ଏବଂ ଗୋଖାଦ୍ୟରେ ବ୍ୟବହାର ହୁଏ। ମାତ୍ର ବର୍ତ୍ତମାନ କୌଣସି ଗାଁକୁ ବ୍ୟବସାୟୀଙ୍କ ଦେଖା ନାହିଁ। ମହୁଲ ସଂଗ୍ରହକାରୀଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି।
ମହୁଲ ସଂଗ୍ରହକାରୀଙ୍କ ଜୀବନଜୀବିକା ସଂକଟରେ
/sambad/media/post_attachments/wp-content/uploads/2020/04/mahua.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)