ଲକଡାଉନରେ ବନ୍ୟସଂପଦ ଏବେ ଭୋକରେ ସଢୁଛନ୍ତି; ଜିଲ୍ଲାପ୍ରଶାସନ, ବନବିଭାଗ ଏଦିଗରେ ଦୃଷ୍ଟି ଦେବାକୁ ଦାବି

ଜୟପୁର : ଜଙ୍ଗଲ ଧିରେ ଧିରେ କ୍ଷୟ ହୋଇ ସାରିଛି। ଜଙ୍ଗଲରେ ରହୁଥିବା ବନ୍ୟସଂପଦ ମାନଙ୍କୁ ଠିକ୍ ଭାବେ ଖାଦ୍ୟ ମିଳୁନି। ଏଥି ପାଇଁ ଏମାନେ ରାସ୍ତା ଉପରକୁ ଓ ସହରମୁହାଁ ହୋଇଛନ୍ତି। ତେବେ କୋରାନା ଭୁତାଣୁ ସହ ବିଶ୍ୱ ଲଢ଼ୁଥିବା ଏବଂ ୨୧ଦିନିଆ ଲକଡାଉନ ସମୟରେ ଏମାନଙ୍କ କଥା କେହି ଚିନ୍ତା କରୁ ନାହାନ୍ତି।

ଜୟପୁର ବନଖଣ୍ଡର କୋରାପୁଟ ଘାଟି, ପାତ୍ରପୁଟ ବ୍ରିଜ୍ ଓ ବୈପାରୀଗୁଡା ନିକଟସ୍ଥ ଟାଙ୍ଗିଣୀଗୁଡା ଠାରେ ଶତାଧିକ ମାଙ୍କଡ ଖାଦ୍ୟ ପାଇଁ ଜୟପୁର-କୋରାପୁଟ ଓ ଜୟପୁର-ମାଲାକାନଗିରୀ ରାଂଚି ବିଜୟୱାଡା କରିଡର ରାସ୍ତାରେ ଚଳାଚଳ କରୁଥିବା ଯାନବାହନ, ବସ, ଟ୍ରକ, କାର, ବାଇକର ଚାଳକ ଓ ଲୋକଙ୍କ ଉପରେ ନିର୍ଭର କରିଥାନ୍ତି। ଏମାନେ କଦଳୀ, ବିସ୍କୁଟ, କମଳା, ଚଣା , ପାଉଁରୁଟି ଯାହା ଦେଲେ ବି ମାଙ୍କଡ ମାନେ ଟଣା ଓଟରା କରି ଖାଇଥାନ୍ତି। ତେବେ ଲକ୍ ଡାଉନ ପର ଠାରୁ ଏହି ମାଙ୍କଡ ମାନେ ଭୋକ ଉପବାସରେ ରହି ଆସିଛନ୍ତି। ଏମାନଙ୍କୁ କିଛି ସମାଜସେବୀ ମଝିରେ ମଝିରେ କିଛି ଖାଦ୍ୟ ଆଣି ଦେଉଛନ୍ତି। ତେବେ ନିୟମିତ ଭାବେ ପାଉନଥିବା ଅଭିଯୋଗ କରିଛନ୍ତି ପରିବେଶବିତ୍ ସାଗର ପରିଡା, ମଝିଆ ଗନ୍ତାୟତ। ଜିଲ୍ଲାପ୍ରଶାସନ, ବନବିଭାଗ ଏଦିଗରେ ଦୃଷ୍ଟି ଦେବାକୁ ଏମାନେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର