ପଶ୍ଚିମବଙ୍ଗରେ ଲକ୍‌ଡାଉନ ପାଇଁ ପ୍ରଭାବିତ ହେବ ପୂର୍ବତଟ ରେଳପଥର ଟ୍ରେନ

ଭୁବନେଶ୍ୱର: ଅଗଷ୍ଟ ମାସରେ ପଶ୍ଚିମବଙ୍ଗର କିଛି ସ୍ଥାନରେ ସମ୍ପୂର୍ଣ୍ଣ ସଟ୍‌ଡାଉନ ହେଉଥିବାରୁ ଟ୍ରେନ ସେବା ବାତିଲ, ଆଂଶିକ ବାତିଲ ଓ ରହଣି ପ୍ରତ୍ୟାହାର କରିବାକୁ ପଡିବ। ପଶ୍ଚିମବଙ୍ଗରେ ୨୦୨୦ ଅଗଷ୍ଟରେ ୫, ୮, ୧୬, ୧୭, ୨୩, ୨୪ ଓ ୩୧ ତାରିଖରେ ସମ୍ପୂର୍ଣ୍ଣ ଲକ୍‌ଡାଉନ ହେଉଥିବାରୁ ଟ୍ରେନ ସେବା ନିମ୍ନ ମତେ ପ୍ରଭାବିତ ହେବ –

ବାତିଲ ହେଉଥିବା ଟ୍ରେନ:
ହାଓଡ଼ାରୁ ଛାଡୁଥିବା ୦୨୨୪୫ ହାଓଡ଼ା-ଯଶୋବନ୍ତପୁର ଦୁରନ୍ତ ସ୍ପେସିଆଲକୁ ୨୦୨୦ ଅଗଷ୍ଟ ୫, ୮, ୧୬ ଓ ୨୩ ତାରିଖରେ ବାତିଲ କରାଯିବ। ଯଶୋବନ୍ତପୁରରୁ ଛାଡୁଥିବା ୦୨୨୪୬ ଯଶୋବନ୍ତପୁର-ହାଓଡ଼ା ଦୁରନ୍ତ ସ୍ପେସିଆଲକୁ ଅଗଷ୍ଟ ୭, ୧୦, ୧୬, ୧୮, ୨୩, ୨୫ ଓ ୩୦ ତାରିଖରେ ବାତିଲ କରାଯିବ। ସିଆଲଦାରୁ ଛାଡୁଥିବା ୦୨୨୦୧ ସିଆଲଦା-ଭୁବନେଶ୍ୱର ଦୁରନ୍ତ ସ୍ପେସିଆଲକୁ ଅଗଷ୍ଟ ୦୩ ତାରିଖ ଦିନ ବାତିଲ କରାଯିବ। ଭୁବନେଶ୍ୱରରୁ ଛାଡୁଥିବା ୦୨୨୦୨ ଭୁବନେଶ୍ୱର -ସିଆଲଦା ଦୁରନ୍ତ ସ୍ପେସିଆଲକୁ ଅଗଷ୍ଟ ୪ ଅଗଷ୍ଟ ତାରିଖ ଦିନ ବାତିଲ କରାଯିବ।୦୨୦୭୪/୦୨୦୭୩ ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ଜନଶତାବ୍ଦୀ ସ୍ପେସିଆଲକୁ ଅଗଷ୍ଟ ୫, ୮, ୧୬, ୧୭, ୨୩, ୨୪ ଓ ୩୧ ତାରିଖରେ ଉଭୟ ଭୁବନେଶ୍ୱର ଓ ହାଓଡ଼ା ଦିଗରୁ ବାତିଲ କରାଯିବ।

ଆଂଶିକ ବାତିଲ ହେଉଥିବା ଟ୍ରେନ :

ଆ.ସିକନ୍ଦରାବାଦରୁ ଛାଡୁଥିବା ୦୨୭୦୪ ସିକନ୍ଦରାବାଦ -ହାଓଡ଼ା ଫଳକନୁମା ସ୍ପେସିଆଲ ଏକ୍ସପ୍ରେସ ଅଗଷ୍ଟ ୪, ୭, ୧୫, ୧୬, ୨୨, ୨୩ ଓ ୩୦ ତାରିଖରେ ଏହାର ଯାତ୍ରା ଭୁବନେଶ୍ୱର ଠାରେ ସମାପ୍ତ କରିବ ଏବଂ ହାଓଡ଼ା ପର୍ଯ୍ୟନ୍ତ ଯିବ ନାହିଁ। ୦୨୭୦୩ ହାଓଡ଼ା-ସିକନ୍ଦରାବାଦ ଫଲକନୁମା ସ୍ପେସିଆଲ ଏକ୍ସପ୍ରେସ ଅଗଷ୍ଟ ୫, ୮, ୧୬, ୧୭, ୨୩, ୨୪ ଓ ୩୧ ତାରିଖ ହାଓଡ଼ା ପରିବର୍ତ୍ତେ ଭୁବନେଶ୍ୱରରୁ ଛାଡିବ ଏବଂ ସେହି ତାରିଖ ଗୁଡିକରେ ଏହା ହାଓଡ଼ାଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବାତିଲ ରହିବ।

ପ୍ରତ୍ୟାହାର କରାଯାଉଥିବା ରହଣି :

ଭୁବନେଶ୍ୱରରୁ ଛାଡୁଥିବା ୦୨୮୦୧ ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ ଓ ନୂଆଦିଲ୍ଲୀରୁ ଆସୁଥିବା ୦୨୮୦୨ ନୂଆଦିଲ୍ଲୀ -ଭୁବନେଶ୍ୱର ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ ଅଗଷ୍ଟ ୪, ୭, ୧୫, ୧୬, ୨୨, ୨୩ ଓ ୩୦ ତାରିଖରେ ଉଭୟ ଦିଗରୁ ପୁରୁଲିଆ ଓ ହିଜଲୀ ଠାରେ ରହଣି କରିବ ନାହିଁ। ଭୁବନେଶ୍ୱରରୁ ଛାଡୁଥିବା ୦୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସ ଅଗଷ୍ଟ ୫, ୮, ୧୬, ୧୭, ୨୩, ୨୪ ୩୧ ତାରିଖରେ ଏବଂ ନୂଆଦିଲ୍ଲୀରୁ ଆସୁଥିବା ୦୨୮୨୪ ନୂଆଦିଲ୍ଲୀ -ଭୁବନେଶ୍ୱର ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସ ଅଗଷ୍ଟ ୪, ୭, ୧୫, ୧୬, ୨୨, ୨୩ ଓ ୩୦ ତାରିଖରେ ଉଭୟ ଦିଗରୁ ହିଜଲୀ ରହଣି କରିବ ନାହିଁ। ସିଆଲଦାରୁ ଆସୁଥିବା ୦୨୨୦୧ ସିଆଲଦା (କୋଲକାତା)- ଭୁବନେଶ୍ୱର ଦୂରନ୍ତ ସ୍ପେସିଆଲ ଏକ୍ସପ୍ରେସ୍‌ ଅଗଷ୍ଟ ୧୭, ୨୪ ଓ ୩୧ ତାରିଖରେ ଏବଂ ଭୁବନେଶ୍ୱର ଛାଡୁଥିବା ୦୨୨୦୨ ଭୁବନେଶ୍ୱର-ସିଆଲଦା ଦୁରନ୍ତ ସ୍ପେସିଆଲ ଏକ୍ସପ୍ରେସ ଅଗଷ୍ଟ ୧୫ ଓ ୨୨ ତାରିଖରେ ଉଭୟ ଦିଗରୁ ଖଡ଼ଗପୁର ଠାରେ ରହଣି କରିବ ନାହିଁ।

ଉପରୋକ୍ତ ଟ୍ରେନ ଗୁଡିକର ଯାତ୍ରୀମାନେ ଏଥି ପ୍ରତି ଧ୍ୟାନ ଦେବା ଉଚିତ ଏବଂ ସେହି ଅନୁଯାୟୀ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦିଆ ଯାଉଛି।

ସମ୍ବନ୍ଧିତ ଖବର