ଜୁନ ୧୭ ଯାଏଁ ବଢ଼ିଲା ଲକଡାଉନ, ସପ୍ତାହାନ୍ତ ସଟଡାଉନ ବି ଜାରି ରହିବ

ଭୁବନେଶ୍ୱର: ପୁଣି ଲକଡାଉନ ବଢ଼ାଇଲେ ରାଜ୍ୟ ସରକାର | ଜୁନ ୧୭ ଯାଏଁ ରାଜ୍ୟ ସରକାର ଲକଡାଉନ ଅବଧିକୁ ବଢ଼ାଇଛନ୍ତି | ଜୁନ ୧ ତାରିଖରେ ଲକଡାଉନ ଶେଷ ହେବାର ଥିଲା |

ଜୁନ ୧୭ ତାରିଖ ସକାଳ ୫ଟା ଯାଏଁ ଲକଡାଉନ ବଢ଼ିଥିବାବେଳେ ପୂର୍ବଭଳି କଟକଣା ଜାରି ରହିବ | ତେବେ ବଡ କଥା ହେଉଛି ଯେ ୩ଟି ଜିଲ୍ଲାରେ ଲକଡାଉନ କୋହଳ କରାଯିବ | ସପ୍ତାହାନ୍ତ ସଟଡାଉନ ବି ଜାରି ରହିବ ବୋଲି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି | ଶୁକ୍ରବାର ସନ୍ଧ୍ୟା ୬ଟାରୁ ସକାଳ ୫ଟା ଯାଏଁ ସପ୍ତାହାନ୍ତ ସଟଡାଉନ ଜାରି ରହିବ |

ତେବେ ମୁଖ୍ୟ ଶାସନ ସଚିବଙ୍କ କହିବା ମୁତାବକ, ଲକଡାଉନ୍ ଲାଗିବା ଫଳରେ ରାଜ୍ୟରେ ସଂକ୍ରମଣ ତଳମୁହାଁ ହୋଇଛି । ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ପୁଣି ଏହାର ଅବଧି ବୃଦ୍ଧି କରିଛନ୍ତି ।  ସଂକ୍ରମଣ କମିଲେ କଟକଣା ମଧ୍ୟ କୋହଳ ହେବ । ତେବେ ଏହି ସମୟରେ ସ୍ବାସ୍ଥ୍ୟସେବା, ଟେଷ୍ଟିଂ, ଟୀକାକରଣ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ କୌଣସି କଟକଣା ନାହିଁ।

ସମ୍ବନ୍ଧିତ ଖବର