କରୋନା ସ୍ଥିତି ନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା: ପରିସ୍ଥିତି ବିଗିଡ଼ିଲେ ହୋଇପାରେ ଲକଡାଉନ୍

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ପରିସ୍ଥିତି ବିଗିଡ଼ିଲେ ଲକଡାଉନ୍ ହୋଇପାରେ। ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ରାଜ୍ୟ ସରକାର। ଲୋକଙ୍କୁ ସଚେତନ କରାଯାଉଛି। ଜିଲ୍ଲାପାଳ ଓ ଏସପିଙ୍କୁ ସଜାଗ ରଖାଯାଇଛି। କୋଭିଡ୍ ନିୟମ ମାନିବାକୁ ଅନୁରୋଧ କଲେ ମନ୍ତ୍ରୀ। ଟେଷ୍ଟିଂ ବଢାଇବାକୁ ସୂଚନା ଦେଇଛନ୍ତି ସେ।

ଦେଶର ୫ଟି ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିବା ପରେ ଓଡ଼ିଶାରେ ଚିନ୍ତା ବଢ଼ିଯାଇଛି। ଯଦିଓ ଓଡ଼ିଶାରେ ଲଗାତାର ଭାବେ ସଂକ୍ରମଣ କମ ରହିଛି, ତେବେ ଆଗକୁ ଏହା ଯେ ଏହା ନ ବ୍ୟାପିବ ତାହା କହିବା କଷ୍ଟକର। ଅନ୍ୟପଟେ ରାଜ୍ୟରେ କରୋନା କଟକଣାକୁ ଆଉ ପୂର୍ବଭଳି କେହି ମାନୁନଥିବାରୁ ଏହି ଆଶଙ୍କା ଆହୁରି ବଢ଼ି ଯାଇଛି। କରୋନାର ନୂଆ ନୂଆ ଷ୍ଟ୍ରେନ୍ ଏବଂ ପଡ଼ୋଶୀ ରାଜ୍ୟରେ ବଢ଼ୁଥିବା ସଂକ୍ରମଣ, କରୋନାକୁ ନେଇ ପୁଣି ଥରେ ଚିନ୍ତା କରିବାର ସମୟ ଆଣିଦେଇଛି। ସ୍ପେସାଲ ରିଲିଫ୍ କମିସନର, ରାଜ୍ୟର ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନର ଏବଂ ଏସପିମାନଙ୍କୁ ଚିଠି ଲେଖିଛନ୍ତି। କରୋନା ନିୟମ କଡ଼ାକଡ଼ି ପାଳନ ହେଉଛି ନା ନାହିଁ, ତା ଉପରେ ନଜର ରଖି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେପରିକି …

୧- ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା, ସମାଜିକ ଦୂରତା ମାନିବା ନିୟମ ଉପରେ ଜିଲ୍ଲା ଓ ପୁଲିସ ଅଧିକାରୀ ନଜର ରଖିବେ

୨- ବଜାର ଓ ହାଟ ଭଳି ଜନଗହଳି ପୂର୍ଣ୍ଣ ସ୍ଥାନରେ ଲାଉଡସ୍ପିକର ଜରିଆରେ ସତର୍କ କରିବେ ଜିଲ୍ଲା ପ୍ରଶାସନ।

୩- ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ନିୟମ ପାଳନ ନେଇ ସଂପୃକ୍ତ ଅଧିକାରୀ ଉତ୍ତରଦାୟୀ ରହିବେ।

୪- ବାହାଘର, ଧାର୍ମିକ ସମାବେଶ, ଖେଳ, ସାଂସ୍କୃତିକ ଆଦି ସମାବେଶରେ କୋଭିଡ୍ ନିୟମ ପାଳନ ବାଧ୍ୟତାମୂଳକ ହେବ।

୫- ସ୍କୁଲ ଓ କଲେଜରେ ନିୟମ ପାଳନ ଉପରେ ସଂପୃକ୍ତ ଅଧିକାରୀ ଓ ଶିକ୍ଷକମାନେ ନଜର ରହିବେ।

୬-କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହେଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯିବା ଦରକାର।

୭-ହୋଟେଲ, ରେସ୍ତୁରାଁ, ଢାବା ଓ ଅନ୍ୟ ସର୍ବସାଧାରଣ ସ୍ଥାନରେ ଖାଇବା ସମୟରେ ନିୟମ ପାଳନ ଉପରେ ପୁଲିସ ନଜର ରଖିବ।

୮-ଦୋକାନ ଓ ବ୍ୟାବସାୟିକ ଅନୁଷ୍ଠାନ କରୋନା ନିୟମ ଭାଙ୍ଗିଲେ ଦୋକାନକୁ ସିଲ୍ କରାଯାଇପାରେ।

 

 

 

ସମ୍ବନ୍ଧିତ ଖବର