ତାଲାବନ୍ଦରେ କୃଷି କାର୍ଯ୍ୟ ପାଇଁ କଟକଣା ନାହିଁ

ଭୁବନେଶ୍ବର : ରାଜ୍ୟ ସରକାର ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ତାଲାବନ୍ଦ ଅବଧି ବୃଦ୍ଧି କରିଛନ୍ତି। ଏହି ସମୟଟି ଫସଲ ଅମଳ ଓ ବିଭିନ୍ନ ଚାଷ କାର୍ଯ୍ୟ ଆରମ୍ଭ କରିବା ଋତୁ ହୋଇଥିବାରୁ ଚାଷୀମାନଙ୍କ ଯିବାଆସିବା ଉପରେ କୌଣସି କଟକଣା କରାଯିବନି। କେନ୍ଦ୍ର ସରକାରଙ୍କ ସର୍ତ୍ତାବଳୀ ଅନୁଯାୟୀ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଆଜି ନିର୍ଦ୍ଦେଶନାମା ଜାରି କରିଛି। କୃଷି କାର୍ଯ୍ୟ କଲାବେଳେ କୃଷକ, କୃଷି ଶ୍ରମିକମାନେ ସାମାଜିକ ଦୂରତା ରକ୍ଷା କରି ଫସଲ ଅମଳ, ବିହନ ବୁଣା କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ, କୃଷି ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସମେତ ସବୁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ଗୃହ ବିଭାଗ ଅତିରିକ୍ତ ଶାସନ ସଚିବ ଏ ସମ୍ପର୍କରେ ଚିଠି ଲେଖି ଜଣାଇଛନ୍ତି।

ସମ୍ବନ୍ଧିତ ଖବର