ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ତାଲାବନ୍ଦ ନିୟମକୁ କଡ଼ାକଡ଼ି ଲାଗୁ କରିବେ। ନିୟମ ଉଲଂଘନକାରୀଙ୍କଠାରୁ ଜାତୀୟ କୋଭିଡ୍-୧୯ ନିର୍ଦ୍ଦେଶାବଳୀ ଅନୁଯାୟୀ ଜରିମାନା ଆଦାୟ କରାଯିବ
ଶିଳ୍ପାନୁଷ୍ଠାନ ଓ ବ୍ୟାବସାୟିକ ପ୍ରତିଷ୍ଠାନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କୋଭିଡ-୧୯ ପାଇଁ ଉଦ୍ଦିଷ୍ଟ ସମସ୍ତ ଏସଓପିକୁ ଅନୁପାଳନ କରିବା ବାଞ୍ଛନୀୟ
କରୋନା ସଂକ୍ରମଣ ପ୍ରତିହତ ପାଇଁ ନିଆଯାଉଥିବା ସମସ୍ତ ପ୍ରକାର ପଦକ୍ଷେପ ତଦାରଖ ପାଇଁ ରାଜ୍ୟର ସମସ୍ତ ତହସିଲଦାରଙ୍କୁ ଇନସିଡେଣ୍ଟ କମାଣ୍ଡର୍ସ୍ ଭାବେ ଦାୟିତ୍ବ ଦିଆଯାଇଛି
ସହରାଞ୍ଚଳରେ ପୁଲିସ କମିସନର କିମ୍ବା ମହାନଗର ନିଗମ କମିସନର ଜୋନାଲ୍ ଡେପୁଟି ମୁନିସିପାଲ୍ କମିସନରଙ୍କୁ ଇନସିଡେଣ୍ଟ୍ କମାଣ୍ଡର ଭାବେ ଦାୟିତ୍ବ ପ୍ରଦାନ କରିପାରିବେ
ପୁଲିସ କମିସନର, ଜିଲ୍ଲାପାଳ, ଏଡିଏମ୍, ସିଡିଏମ୍ଓ, ଡିସିପି, ଉପଜିଲ୍ଲାପାଳ, ତହସିଲଦାର, ବିଡିଓ, ମୁନିସିପାଲ୍ କମିସନର ଓ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀମାନେ ତାଲାବନ୍ଦ ନିୟମ ଲାଗୁ କରିବା ପାଇଁ ଉଚିତ୍ ପଦକ୍ଷେପ ନେଇପାରିବେ ସେମାନଙ୍କୁ ସ୍ଥାନୀୟ ପୁଲିସ ସହଯୋଗ କରିବ
ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଏବଂ କୋଭିଡ୍-୧୯ ନିୟମାବଳୀ ୨୦୨୦ ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆବଶ୍ୟକ ପଡ଼ିଲେ ଆଇପିସିର ଧାରା ୧୮୮ର ମଧ୍ୟ ଉପଯୋଗ କରାଯାଇପାରିବ
ସାମାଜିକ କ୍ଷେତ୍ରରେ କାର୍ଯ୍ୟକରୁଥିବା ସଂସ୍ଥାଙ୍କ ପାଇଁ ନିୟମ
ପିଲାମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା, ଭିନ୍ନକ୍ଷମ, ମାନସିକ ଅନଗ୍ରସର, ବରିଷ୍ଠ ନାଗରିକ, ସ୍ବାମୀ ପରିତ୍ୟକ୍ତା ମହିଳା ଓ ବିଧବାମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଖୋଲା ରହିବ
ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ନିରୀକ୍ଷଣ କକ୍ଷ ଓ ଶିଶୁ ଯତ୍ନ କେନ୍ଦ୍ର ବି ଖୋଲା ହେବ
ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତ ବଣ୍ଟନ କରାଯିବ
ଅଙ୍ଗନବାଡ଼ି କେନ୍ଦ୍ରର ଶିଶୁମାନଙ୍କୁ ପ୍ରତି ୧୫ ଦିନରେ ଥରେ ସେମାନଙ୍କ ଘରେ ଯାଇ ଖାଦ୍ୟ ସାମଗ୍ରୀ ପହଞ୍ଚାଇ ଦିଆଯିବ
ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ଜିଲ୍ଲାପାଳଙ୍କ ଠାରୁ ଆବଶ୍ୟକ ଅନୁମତି ଆଣି ସେମାନଙ୍କ ଉତ୍ପାଦନର ବିକ୍ରି ବଟା କରିପାରିବେହଟ୍ସ୍ପଟ୍ ଅଞ୍ଚଳ ପାଇଁ ନିୟମ
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଖୋର୍ଦ୍ଧା ଜିଲ୍ଲାକୁ ହଟ୍ସ୍ପଟ୍ ଅଞ୍ଚଳ ଭାବେ ଘୋଷଣା କରିଛି
ଜିଲ୍ଲା ପ୍ରଶାସନ ଦ୍ବାରା କୋଭିଡ୍ ନିଷିଦ୍ଧାଞ୍ଚଳ ଚିହ୍ନଟ କରାଯିବ
ନିଷିଦ୍ଧାଞ୍ଚଳରେ ଯେପରି କୌଣସି ଲୋକ ଚଳପ୍ରଚଳ ନ କରିବେ ସେଥିପାଇଁ ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ନେବ
ଯଦି କୌଣସି ଅଞ୍ଚଳରେ ତାଲାବନ୍ଦ ନିୟମ ଠିକ୍ ଭାବେ ଅନୁପାଳନ ହେଉନାହିଁ ତାହେଲେ ତତ୍କ୍ଷଣାତ୍ ସେ ଅଞ୍ଚଳରୁ କଟକଣା କୋହଳ ବ୍ୟବସ୍ଥା ପ୍ରତ୍ୟାହାର କରିନିଆଯିବ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/road-2-f.jpg)