ଭୁବନେଶ୍ବର: ଆଜିଠୁ କଟକ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ ଓ ରାଉରକେଲା ସହର ଲକ୍ ଡାଉନ୍ ଲାଗି କଡ଼ାକଡ଼ି ଚେକିଂ ଆରମ୍ଭ ଚାଲିଥିବାର ଖବର ଚାଲିଛି। ଉପରୋକ୍ତ ସହରର ବିଭିନ୍ନ ଛକ ସ୍ଥାନମାନଙ୍କରେ ପୁଲିସ ପକ୍ଷରୁ କଡ଼ା ଚେକିଂ ଚାଲିଛି।ଯେଉଁମାନେ ନିୟମର ଉଲ୍ଲଂଘନ କରୁଛନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଜୁଲାଇ ୩୧ ତାରିଖ ଯାଏଁ ଏଭଳି କଡ଼ାକଡ଼ି ଚେକିଂ ଜାରି ରହିବ ବୋଲି ଜଣାଯାଇଛି।
ଆଜି କଟକ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ ଓ ରାଉରକେଲା ସହର ଦୋକାନ ବଜାର ବନ୍ଦ ରହିଛି। ତେବେ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ସକାଳୁ ଖୋଲା ରହିଛି।
ଉଲ୍ଲେଖଯୋଗ୍ୟ ଯେ ପ୍ରଥମେ ପ୍ରାୟ ୭୦ ଦିନ ଧରି ଲକଡାଉନ୍ ରହିବା ପରେ ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ ଏହା ଫେଲ୍ ମାରିଛି। ଜୁନ୍ ମାସ ପରେ ଏବେ ଜୁଲାଇ ମାସରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ିବାରେ ଲାଗିଲାଣି। ସରକାର ଅନ୍ୟୋନପାୟ ହୋଇ ପୁଣି ଥରେ ସେହି କଠୋର ଲକଡାଉନ୍ ପର୍ଯ୍ୟାୟ ଭିତରେ ପଶିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ପୂର୍ବରୁ ମହାମାରୀ କରୋନାର ସଂକ୍ରମଣ ରୋକିବାକୁ ମାର୍ଚ୍ଚ ୨୨ରୁ ମେ’ ୩୧ ଯାଏଁ ପ୍ରାୟ ୭୦ ଦିନ ଧରି ସାରା ରାଜ୍ୟକୁ କଟକଣା ଭିତରେ ଛନ୍ଦିଥିଲେ ସରକାର। ହେଲେ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ସମେତ ସୁନ୍ଦରଗଡ ଜିଲ୍ଲାର ରାଉରକେଲା ପୌରପାଳିକାକୁ ଲକଡାଉନ ଘୋଷଣା କରିଛନ୍ତି। ଏଇଥିପାଇଁ ଯେ ଏହି ସବୁ ଅଞ୍ଚଳରୁ ହାରାହାରି ୬୬ ପ୍ରତିଶତ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି। ଏଣୁ ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାର ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା, ସଙ୍ଗରୋଧର ରଖିବା ଓ ଚିକିତ୍ସା ଜରୁରୀ ବୋଲି ବିଚାର କରି କଠୋର ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୩୧ ତାରିଖ ରାତି ପର୍ଯ୍ୟନ୍ତ ଲକ୍ଡାଉନ ଜାରି ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/lockdown-1.jpg)