ଭୁବନେଶ୍ବର : କମୁଛି ମାମଲା, ପୁଲିସ ପାଇଁ ଆଶ୍ବସ୍ତି

ଭୁବନେଶ୍ବର : ଲକଡାଉନ୍ ଆଇନ ଉଲ୍ଲଂଘନ ନେଇ ପୁଲିସକୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ମାମଲା ସଂଖ୍ୟା ଦୁଇ ଶହ ତଳକୁ ଖସିଛି। ଏପ୍ରିଲ ୧୦ ତାରିଖରୁ ୧୧ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ଭିତରେ ମାତ୍ର ୧୭୦ଟି ମାମଲା ରୁଜୁ ହୋଇଛି। ସବୁଠୁ ବଡ଼ କଥା ହେଲା, ଗତ ଦୁଇ ଦିନ ଭିତରେ ଗୋଟିଏ ବି ସଂଗରୋଧ ଉଲ୍ଲଙ୍ଘନ ମାମଲା ରୁଜୁ ହୋଇନାହିଁ। ଲକଡାଉନ୍ ଆଇନ ଉଲ୍ଲଂଘନ ଅଭିଯୋଗରେ ରାଜ୍ୟର ବିଭିନ୍ନ ଥାନାରେ ୧୬୩ଟି ମାମଲା ରୁଜୁ ହୋଇଛି। ସେହିପରି ଗୁଜବ ସୃଷ୍ଟି କରିବା ଅଭିଯୋଗରେ ୪ଟି ଓ ଅନ୍ୟାନ୍ୟ ୩ଟି ମାମଲା ରୁଜୁ ହୋଇଥିବା ପୁଲିସ ମୁଖ୍ୟାଳ​ୟ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର