ରାଉରକେଲା: ସହର ସୌନ୍ଦର୍ଯ୍ୟୀକରଣ ପାଇଁ ଏବେ ରାଉରକେଲା ପ୍ରଶାସନ ପ୍ରାଥମିକତା ଦେଉଛି। ଠିକାସଂସ୍ଥାର ଦାଦାଗିରିକୁ ବାଦ୍ଦେଲେ ଅନ୍ୟ ସବୁ ପ୍ରକଳ୍ପକୁ ସହରବାସୀ ସ୍ବାଗତ ବି କରୁଛନ୍ତି। ସୌନ୍ଦର୍ଯ୍ୟୀକରଣ ନାଁରେ କିଛି ଦିନ ପୂର୍ବେ ବାସନ୍ତୀ କଲୋନିରେ ଥିବା ଏକ ଗୁଆଳ ଖଟାଲକୁ ଉଚ୍ଛେଦ କରାଯାଇଥିଲା। ଏବେ କିନ୍ତୁ ଏହି ଗୁଆଳ ଖଟାଲ ଛେଣ୍ଡ୍କୁ ଉଠିଆସିଛି। ଫଳରେ ସ୍ଥିତିରେ କୌଣସି ଫରକ୍ ଆସିନି। ପୂର୍ବଭଳି ଅଞ୍ଚଳ ପରିମଳରେ ଭର୍ତ୍ତି ହେବାସହ ସନ୍ଧ୍ୟା ହେବାମାତ୍ରେ ଗାଈଗୋରୁ ରିଂ ରୋଡ୍ ଉପରକୁ ଚାଲିଆସୁଛନ୍ତି।
/sambad/media/post_attachments/wp-content/uploads/2022/08/f7590896-00e9-4fbd-9dc7-967a0e73b9af-1024x460.jpg)
ବାସନ୍ତୀ କଲୋନିସ୍ଥିତ ଡିଏଭି ପୋଖରୀ ନିକଟରେ ଥିଲା ଗୁଆଲା ଖଟାଲ ରହିଥିଲା। ତେବେ ଏଠାରେ ସ୍ମାର୍ଟସିଟି ପକ୍ଷରୁ ପୋଖରୀ ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟା ଜାରି ରହିଛି। ଏଣୁ ଏହି ଗୁଆଳକୁ ଆର୍ଏମ୍ସି ପକ୍ଷରୁ ଉଚ୍ଛେଦ କରାଯାଇଥିଲା। ଉଚ୍ଛେଦ ପ୍ରକ୍ରିୟା ସମୟରେ ଆର୍ଏମ୍ସିର ସହକାରୀ ଆୟୁକ୍ତଙ୍କ ସମେତ ଅନ୍ୟ ଅଧିକାରୀ, କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ। ବର୍ତ୍ତମାନ କିନ୍ତୁ ଉଚ୍ଛେଦ ହୋଇଥିବା ଏହି ଗୁହାଳ ଖଟାଲର ଗୁଆଲାମାନେ ଛେଣ୍ଡ-ବାଗବୁଡ଼ି ଅଞ୍ଚଳରେ ଥଇଥାନ ହୋଇଛନ୍ତି। ଏଠାରେ ଗୁହାଳ ପୁନର୍ବାର ଜବରଦଖଲ କରି ଖଟାଲ ଆରମ୍ଭକରି ଦେଇଛନ୍ତି। ବାସ୍ତବରେ ହେଉଛି ହାଇଟେକ୍ ମେଡିକାଲ କଲେଜର ଜମିକୁ ଜବରଦଖଲକରି ଗଢ଼ିଉଠିଛି ଗୁଆଳ। ପ୍ରାୟ ୫ ଏକରର ଏହି ଜମିକୁ ରାଜ୍ୟସରକାରଙ୍କ ପକ୍ଷରୁ ହାଇଟେକ୍ ମେଡିକାଲ କଲେଜକୁ ଦିଆଯାଇଥିଲା। ସମ୍ଭବତଃ ଏଠାରେ ହାଇଟେକ୍ ମେଡିକାଲ କଲେଜ ପକ୍ଷରୁ ସ୍ବାସ୍ଥ୍ୟବସ୍ଥା ସୁଧାରିବା ଉଦ୍ଦେଶ୍ୟରେ ଭିତ୍ତିଭୂମି ସ୍ଥାପନ କରିବାକୁ ଯୋଜନା ରହିଥିଲା। ଏମିତିକି ଏହି ସଂସ୍ଥା ପକ୍ଷରୁ ଏଠାରେ ପାଚେରୀ ମଧ୍ୟ ନିର୍ମାଣ କରାଯାଇଛି। କିନ୍ତୁ ଏହି ଖାଲି ଜମି ଏକପ୍ରକାର ଅବ୍ୟବହୃତ ହୋଇ ପଡ଼ିଥିବାରୁ ଏହାର ସୁଯୋଗ ନେଇଛନ୍ତି ଗୁଆଳା। ବିଡ଼ମ୍ବନା ଏହାକୁ ହାଇଟେକ୍ ମେଡିକାଲ କଲେଜ କର୍ତ୍ତୃପକ୍ଷ କିମ୍ବା ରାଉରକେଲା ପ୍ରଶାସନ ପକ୍ଷରୁ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ବି ନିଆଯାଉନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/fc0ac370-9551-444b-b79a-730aeab46fa2.jpg)