ବାଲିଅନ୍ତା: ଖୋର୍ଧା ଜିଲ୍ଲା ପରିଷଦ ଜୋନ ସ୍ଥାନୀୟ ବେଣୁପୁର ପଞ୍ଚାୟତରେ ଗତ ୨୬ ତାରିଖରେ ହୋଇଥିବା ଭୋଟଗଣତିରେ ଅନିୟମିତତା ଅଭିଯୋଗରେ ପରାଜିତ ପ୍ରାର୍ଥୀ ଦୁଯ୍ୟୋଧନ ପରିଡ଼ାଙ୍କ ସମର୍ଥିତ ଗୋଷ୍ଠୀ ପକ୍ଷରୁ ଆଜି ହଂସପାଳ- ଜୟଦେବ ମୁଖ୍ୟ ରାସ୍ତାର ବାଲିକାନ୍ଥିଆ ନିକଟରେ ରାସ୍ତାରୋକ କରାଯାଇଥିଲା। ଫଳରେ ଉଭୟ ପାର୍ଶ୍ବ ରାସ୍ତାରେ ଦୀର୍ଘ ସମୟ ଧରି ଗାଡ଼ି ମଟର ଅଟକି ରହିଥିଲା। ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ୟାର ସମାଧାନ ନେଇ ଦାବି କରିଥିଲେ।

Advertisment

ଖବର ପାଇ ବାଲିଅନ୍ତା ଧାନା ଅଧିକାରୀ ଯୁବରାଜ ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କ ଆଲୋଚନା କରାଇ ଘଟଣାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେବାରୁ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଦୁଯ୍ୟୋଧନ ସିସି କ୍ୟାମେରା ଫୁଟେଜ ସହିତ ଏସଂପର୍କିତ ପ୍ରମାଣପତ୍ର ପ୍ରଦାନ ନେଇ ଦାବି ଉପସ୍ଥାପନ କରିଥିଲେ। ସୂଚନା ଅନୁସାରେ ଗତ ୨୬ ତାରିଖ ଗଣତି ବେଳେ ଦୁ‌େର୍ୟ୍ୟାଧନ ୧୧ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଲେ ବୋଲି ଘୋଷଣା କରାଯାଇଥିଲା। ପରଦିନ ପୂର୍ବାହ୍ନରେ ପୁନଃଗଣତି ହେବାରୁ ଫଳାଫଳ ଓଲଟି ଯାଇଥିଲା। ନମିତିା ୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହେଲେ ବୋଲି ଘୋଷଣା କରାଯାଇଥିଲା।