ରାଉରକେଲାରେ ପଶିଲେ ପଙ୍ଗପାଳ!

ରାଉରକେଲା : ଉତ୍ତର ଭାରତର ଅନେକ ରାଜ୍ୟରେ ଆତଙ୍କ ସୃଷ୍ଟି କରିଥିବା ପଙ୍ଗପାଳ ଓଡ଼ିଶାରେ ପହଞ୍ଚି ଯାଇଥିବା ଭଳି ମନେ ହେଉଛି। ଦିନକୁ ପ୍ରାୟ ଦେଢ଼ଶହ କିଲୋମିଟର ଉଡ଼ି ଯାଇ ପାରୁଥିବା ଓ ନିଜ ଶରୀର ଓଜନର ପତ୍ର ଖାଇ ପାରୁଥିବା ଏହି ପଙ୍ଗପାଳ ଭଳି ଦିଶୁଥିବା ଝିଣ୍ଟିକା ଶୁକ୍ରବାର ମଧ୍ୟରାତ୍ରିରେ ରାଉରକେଲା ସହରର ଅନେକ ଅଞ୍ଚଳରେ ଲୋକଙ୍କୁ ଢେର ସମସ୍ୟାରେ ପକାଉ ଥିବାର ଲକ୍ଷ୍ୟ କରାଯାଉଛି। ସେମାନେ ଶହ ଶହ ସଂଖ୍ୟାରେ ଘର ଭିତରକୁ ମଧ୍ୟ ପଶି ଆସୁଛନ୍ତି। ତେବେ ସେମାନେ ଚର୍ଚ୍ଚାରେ ଥିବା ଓ ପାକିସ୍ତାନରୁ ଆସି ଭାରତର ଅନେକ ରାଜ୍ୟରେ ଚାଷୀଙ୍କ ନିଦ ହଜାଇ ଦେଇଥିବା ପଙ୍ଗପାଳ କି ନୁହନ୍ତି, ଏ ଯାଏ ଜଣା ପଡିନାହିଁ।

ସମ୍ବନ୍ଧିତ ଖବର