କୃଷି ୨୦୧୯ ପାଇଁ ଲୋଗୋ ‘କନ୍ଦମୂଳ’

ଭୁବନେଶ୍ବର: କୃଷି ୨୦୧୯ ପାଇଁ ଲୋଗୋ ଭାବେ ‘କନ୍ଦମୂଳ’କୁ ଚୂଡ଼ାନ୍ତ ଭାବେ ବଛାଯାଇଛି। ଆଜି ସଚିବାଳୟରେ ଏହି ଲୋଗୋକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କନ୍ଦମୂଳ ଉତ୍ପାଦନରେ ଓଡ଼ିଶା ଏକ ନମ୍ବର ସ୍ଥାନ ଅଧିକାର କରିଥିବାରୁ ଏହାକୁ କୃଷି ୨୦୧୯ର ଲୋଗୋ ଭାବେ ବଛାଯାଇଛି। କନ୍ଦମୂଳରେ ଭିଟାମିନ୍‌-ଏ ପ୍ରଚୁର ପରିମାଣରେ ଉପଲବ୍ଧ। ସେହିପରି ଏହା ବିପର୍ଯ୍ୟୟ ସହଣି ଫସଲ ଯାହା ବାତ୍ୟା ଓ ମରୁଡ଼ି ଦ୍ବାରା ମଧ୍ୟ ଅପ୍ରତିହତ। ଏହି ଲୋଗୋ ଉନ୍ମୋଚନ ଉତ୍ସବରେ ଅର୍ଥ, କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଶଶିଭୂଷଣ ବେହେରା, ସାଂସଦ ତଥାଗତ ସତପଥୀ, କୃଷି ବିଭାଗ ଓ ଜଳସଂପଦ ବିଭାଗ ପ୍ରମୁଖ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର