ରାଷ୍ଟ୍ରୀୟ ଲୋକ ଅଦାଲତ: ରାଜ୍ୟରେ ୧୦ ହଜାର ମାମଲାର ଫଇସଲା

ଜରିମାନା ଓ କ୍ଷତିପୂରଣ ବାବଦରେ ୫୧ କୋଟି ୩୬ ଲକ୍ଷ ଟଙ୍କା ଆଦାୟ

କଟକ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ସାରା ରାଜ୍ୟରେ ୧୦ ହଜାର ୪ଟି ମାମଲାର ଆପୋସ ବୁଝାମଣା ଜରିଆରେ ଫଇସଲା ହୋଇଛି। ଜରିମାନା ଓ କ୍ଷତିପୂରଣ ବାବଦରେ ୫୧ କୋଟି ୩୬ ଲକ୍ଷ ୫୮ ହଜାର ୬୯୦ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଲୋକ ଅଦାଲତରେ ଉଭୟ ବିଚାରାଧୀନ ଓ ପ୍ରାକ୍‌-ମୋକଦ୍ଦମା ସ୍ତରୀୟ ସମାଧାନ ଯୋଗ୍ୟ ମାମଲାର ସମାଧାନ କରାଯାଇଛି। ଫୌଜଦାରୀ, ଦେଵାନୀ, ଏନଆଇ ଆକ୍ଟର ଧାରା ୧୩୮ ଚେକ୍‌ ବାଉନ୍ସ ମାମଲା, ମଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ବ୍ୟାଙ୍କ ଋଣ, ପାରିବାରିକ ଓ ବୈବାହିକ ମାମଲା, ରାଜସ୍ବ ମାମଲା, ଶ୍ରମିକ ସ˚ପର୍କିତ ମାମଲା, ଚାକିରି ଓ ବକେୟା ପ୍ରାପ୍ୟ ସ˚କ୍ରାନ୍ତୀୟ ମାମଲା, ବିଦ୍ୟୁତ ଓ ଜଳ ଯୋଗାଣ ଦେୟ ସ˚ପର୍କିତ ବିବାଦ, ଜମି ଅଧିଗ୍ରହଣ ସମ୍ବନ୍ଧୀୟ ମାମଲା, ରେଳବାଇ ଆଇନ, ବେଲର ମିସ୍ କେସ୍, ମୋଟର ଭେହିକିଲ ଆକ୍ଟ ସଂପର୍କିତ ମାମଲାଗୁଡିକର ଶୁଣାଣି କରାଯାଇ ଆପୋସ ସହମତି ଆଧାରରେ ଫଇସଲା କରାଯାଇଛି।

ପ୍ରାକ୍‌ ମୋକଦ୍ଦମାସ୍ତରୀୟ ୫୨ ହଜାର ୭୪୬ଟି ମାମଲା ମଧୢରୁ ୨ ହଜାର ୭୩୮ଟି ମାମଲା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫଇସଲା କରାଯାଇଥିଲା। ସେହିଭଳି ୪୫ ହଜାର ୭୮୭ଟି ବିଚାରାଧୀନ ମାମଲା ମଧୢରୁ ୭ ହଜାର ୨୬୬ଟି ମାମଲା ଆପୋସ ବୁଝାମଣାରେ ଫଇସଲା କରାଯାଇଛି ବୋଲି ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ସୂଚନା ମିଳିଛି। ଏଥି ସହିତ ହାଇକୋର୍ଟରେ ଅନୁଷ୍ଠିତ ଲୋକ ଅଦାଲତରେ ୯୮ଟି ମାମଲାର ଫଇସଲା କରାଯାଇ ୪ କୋଟି ୭୨ ଲକ୍ଷ ୩୪ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ଲିଗାଲ୍‌ ସର୍ଭିସେସ୍‌ ଅଥରିଟି ନିର୍ଦ୍ଦେଶରେ ରାଜ୍ୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଥିବା ଜିଲ୍ଲାସ୍ତରୀୟ ଓ ତାଲୁକସ୍ତରୀୟ ବିଚାରବିଭାଗୀୟ ଅଦାଲତ ପରିସରରେ ଆଜି ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବ ମିନାକ୍ଷୀ ଦାସଙ୍କ ତତ୍ତ୍ବାବଧାନରେ ଉପସଚିବ ଦୀପକ ରଂଜନ ସାହୁ, ସହକାରୀ ସଚିବ ରୁଦ୍ର ପ୍ରକାଶ ନାୟକ ଓ ସଂସ୍ଥା ଅଧିକାରୀ କମଳାକାନ୍ତ କର ପ୍ରମୁଖ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜନରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର