ହାଇକୋର୍ଟ ସ୍ତରୀୟ ଲୋକ ଅଦାଲତ ସ୍ଥଗିତ

କଟକ : ଫନି ପ୍ରଭାବରେ ହୋଇଥିବା କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ମେ’୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ହାଇକୋର୍ଟ ସ୍ତରୀୟ ଲୋକ ଅଦାଲତକୁ ସ୍ଥଗିତ ରଖାଯାଇଛି। ପୂର୍ବରୁ ମେ’୧‌୧ରେ ଲୋକ ଅଦାଲତ ଅନୁଷ୍ଠିତ ହେବ ବୋଲି ହାଇକୋର୍ଟ ଆଇନସେବା କମିଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏବେ ଫନି ପରେ ୧୧ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଲୋକ ଅଦାଲତ ଅନ୍ୟ କୌଣସି ଦିନ ଆୟୋଜନ କରାଯିବ ବୋଲି ହାଇକୋର୍ଟ ଆଇନସେବା କମିଟି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଲୋକ ଅଦାଲତର ନିର୍ଦ୍ଦିଷ୍ଟ ତାରିଖ ସଂପର୍କରେ ପରବର୍ତ୍ତୀ ସମୟରେ ହାଇକୋର୍ଟ ଆଇନସେବା କମିଟି ପକ୍ଷରୁ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।

ସୂଚନା ଯୋଗ୍ୟ ଯେ ଫନି ଯୋଗୁ ମେ’ ୨ ତାରିଖରୁ ହାଇକୋର୍ଟ କାର୍ଯ୍ୟ ବନ୍ଦ ରହିଛି। ମେ ୧୦ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ କାର୍ଯ୍ୟ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ଫନି ପ୍ରଭାବିତଙ୍କ ପରିସ୍ଥିତିରେ ସୁଧାର ଆସିଥିବା ବେଳେ ଆସନ୍ତା ସୋମବାରଠାରୁ ହାଇକୋର୍ଟ କାର୍ଯ୍ୟ ମଧ୍ୟ ସ୍ବାଭାବିକ୍ ଭାବେ ଚାଲିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର