ଭୁବନେଶ୍ୱର : ଶୀତଦିନିଆ ବିଭିନ୍ନ କିସମର ଫୁଲର ସମ୍ଭାରରେ ଲୋକସେବା ଭବନର ଉଦ୍ୟାନ ଅତ୍ୟନ୍ତ ମନୋରମ ରୂପ ଧାରଣ କରିଛି। ଏହାର ଶୋଭା ଯେପରି ସାଧାରଣ ଲୋକମାନେ ଉପଭୋଗ କରିପାରିବେ ସେଥିପାଇଁ ଚଳିତ ମାସରେ ଉଦ୍ୟାନକୁ ସର୍ବସାଧାରଣଙ୍କ ପାଇଁ ୫ ଦିନ ଖୋଲା ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/post_attachments/wp-content/uploads/2020/01/IMG_20190127_162950-300x169.jpg)
ଜାନୁଆରି ମାସ ୧୧ ତାରିଖ (ଦ୍ବିତୀୟ ଶନିବାର), ୧୨(ରବିବାର), ୧୯ (ରବିବାର), ୨୫ (ଚତୁର୍ଥ ଶନିବାର) ଓ ଜାନୁଆରି ୨୬ ତାରିଖ (ରବିବାର) ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଉଦ୍ୟାନ ଖୋଲା ରହିବ। ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଖୋଲା ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦିନମାନଙ୍କରେ ଜନସାଧାରଣ ନିର୍ଦ୍ଧାରିତ ସମୟରେ ଲୋକସେବା ଭବନର ଏକ ନମ୍ବର ଗେଟ୍ ମଧ୍ୟ ଦେଇ ପ୍ରବେଶ କରିପାରିବେ।