କଟକ: ହାଇକୋର୍ଟରେ ଆଜି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୁରଲୀଧର, ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧୢକ୍ଷ ଜଷ୍ଟିସ ଯଶୱନ୍ତ ସିଂହ ଓ ହାଇକୋର୍ଟ ଆଇନସେବା କମିଟି ଅଧ୍ୟକ୍ଷ ଜଷ୍ଟିସ ସି.ଆର୍. ଦାଶଙ୍କ ମାର୍ଗଦର୍ଶନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି।

Advertisment

ହାଇକୋର୍ଟ ଆଇନସେବା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ୮୧ଟି ମାମଲାର ଆପୋଷ ବୁଝାମଣାରେ ଫଏସଲା କରାଯାଇଛି। ୭୪୪ଟି ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା। ଜଷ୍ଟିସ୍ ସଙ୍ଗମ କୁମାର ସାହୁ, ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀ, ଜଷ୍ଟିସ ଆର.କେ. ପଟ୍ଟନାୟକ, ଜଷ୍ଟିସ୍ ଶଶିକାନ୍ତ ମିଶ୍ର, ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ମାମଲାଗୁଡ଼ିକର ଫଏସଲା କରିଥିଲେ।

ଏଥି ମଧୢରେ ବୀମା କ୍ଷତିପୂରଣ ମାମଲା, ବ୍ୟାଙ୍କ ମାମଲା, କ୍ରିମିନାଲ୍‌ କମ୍ପାଉଣ୍ତେବଲ, ବିଦ୍ୟୁତ ଓ ଅନ୍ୟାନ୍ୟ ମାମଲା ରହିଛି। ଏହି ଲୋକ ଅଦାଲତରେ ସାଧାରଣ ବୀମା କମ୍ପାନି ମଧୢରୁ ନ୍ୟାସନାଲ୍‌ ଇନସ୍ୟୁରାନ୍ସ, ନ୍ୟୁ ଇଣ୍ତିଆ ଆସ୍ୟୁରାନ୍ସ, ଓରିଏଣ୍ଟାଲ୍‌ ଇନସ୍ୟୁରାନ୍ସ, ୟୁନାଇଟେଡ୍‌ ଇଣ୍ତିଆ ଇନସ୍ୟୁରାନ୍ସ କମ୍ପାନି ଓ ଘରୋଇ ବୀମା କମ୍ପାନି ଅ˚ଶଗ୍ରହଣ କରିଥିଲେ। କ୍ଷତିପୂରଣ ବାବଦରେ ୩ କୋଟି ୮୯ ଲକ୍ଷ ୧୨ ହଜାର ଟଙ୍କା ପ୍ରଦାନ ପାଇଁ ଆଜି ଅନୁଷ୍ଠିତ ଲୋକ ଅଦାଲତରେ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।