ଲୋକାୟୁକ୍ତ ଆଇନ ପାଇଁ ଆଉ ପାଦେ : ପଞ୍ଚମ ସଦସ୍ୟ ଚୟନ ଲାଗି ୬ରେ ବୈଠକ

ସୁପ୍ରିମକୋର୍ଟଙ୍କୁ ଅଧିକ ସମୟ ମଗାଯାଇପାରେ

ଭୁବନେଶ୍ୱର : ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାେର ଗଠିତ ହେବାକୁ ଥିବା ଚୟନ କମିଟିର ପଞ୍ଚମ ସଭ୍ୟ ମନୋନୟନ ପାଇଁ ଆସନ୍ତା ଅେକ୍ଟାବର ୬ ତାରିଖ ଦିନ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। ସେଦିନ ସନ୍ଧ୍ୟା ୫ଟା ୪୫ ମିନିଟ୍ରେ ରାଜ୍ୟ ଅତିଥି ଭବନରେ ଏହି ବୈଠକ ଅନୁଷ୍ଠିତ ହେବ।

ନିୟମ ଅନୁସାେର, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ଏଥିରେ ବିଧାନସଭାର ବାଚସ୍ପତି, ବିରୋଧୀ ଦଳ ନେତା ଓ ହାଇେକାର୍ଟ ମୁଖ୍ୟ ବିଚାରପତି ରହିବେ ଓ ଏହି ସଦସ୍ୟମାେନ ମିଶି ଜଣେ ପଞ୍ଚମ ସଭ୍ୟଙ୍କୁ ବାଛିବେ, ଯାହାଙ୍କୁ ରାଜ୍ୟପାଳ ନିଯୁକ୍ତି ଦେବେ। ଏମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ଗଠନ ହେବ। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଏହି କମିଟିର ସଚିବ ଭାବେ କାର୍ଯ୍ୟ କରିବେ। ଆସନ୍ତା ୬ ତାରିଖ ବୈଠକରେ ହାଇକୋର୍ଟ ମୁଖ୍ୟ ବିଚାରପତି ଯାଗଦେବେ ବାଲି ସମ୍ମତି ଦେଇଛନ୍ତି।

ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ତିନି ମାସ ମଧ୍ୟରେ ଲୋକାୟୁକ୍ତ ନିଯୁକ୍ତି ପାଇଁ ଗତ ଜୁଲାଇ ୧୦ ତାରିଖରେ ନିେର୍ଦଶ ଦେଇଥିେଲ। ଏଣୁ ରାଜ୍ୟ ସରକାର ପରବର୍ତୀ ଶୁଣାଣି ବେଳେ ଏ ନେଇ କୋର୍ଟଙ୍କୁ ଅଧିକ ସମୟ ମାଗିବାର ସମ୍ଭାବନା ବଢିଯାଇଛି।

ଉେଲ୍ଲଖଯୋଗ୍ୟ, ପାଖାପାଖି ତିନି ବର୍ଷରୁ ଅଧିକ ସମୟ ଧରି ହାତ ବାନ୍ଧି ବସିବା ପରେ ରାଜ୍ୟ ସରକାର ନିଜର ଦୁର୍ନୀତି ବିରୋଧୀ ଅାଭିମୁଖ୍ୟକୁ ପରିପ୍ରକାଶ କରିବାକୁ ଯାଇ ଗତ ଜୁଲାଇ ୭ ତାରିଖରେ ଲୋକାୟୁକ୍ତ ଅାଇନ କାର୍ଯ୍ୟକାରୀ କରିବା ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରିଥିେଲ। ଲୋକାୟୁକ୍ତ ନିଯୁକ୍ତି ପାଇଁ ସର୍ଚ୍ଚ କମିଟି ଗଠନ ପ୍ରକ୍ରିୟା ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଥିଲା।

ଗତ ଜୁଲାଇ ୧୦ ତାରିଖରେ ସୁପ୍ରିମକୋର୍ଟ ୩ମାସ ମଧ୍ୟରେ େଲାକାୟୁକ୍ତ ନିଯୁକ୍ତି ପାଇଁ ନିର୍ଦେଶ େଦଇଥିଲେ। ଅେକ୍ଟାବର ୯ ତାରିଖରେ ଏହି ସମୟସୀମା େଶଷ େହଉଛି। ଏହା ପୂର୍ବରୁ ସରକାର ପଞ୍ଚମ ସଭ୍ୟ ଚୟନ ପାଇଁ ପଦକ୍ଷେପ େନଇଛନ୍ତି। କେନ୍ଦ୍ରରେ ଲୋକପାଳ ବିଲ୍ ଆଇନର ମାନ୍ୟତା ପାଇବା ପରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଲୋକାୟୁକ୍ତ ଆଇନ ପାସ୍ କରିଥିଲା। ୨୦୧୪ ଫେବ୍ରୁଅାରି ୧୪ ତାରିଖରେ ଓଡ଼ିଶା ବିଧାନସଭାରେ ଏହି ବିଲ୍ ପାରିତ ହୋଇଥିଲା। େସହିବର୍ଷ ଡିସେମ୍ବରରେ ଓଡ଼ିଶା ଲୋକାୟୁକ୍ତ ବିଲ୍‌କୁ ରାଷ୍ଟ୍ରପତି ଅନୁେମାଦନ େଦଇଥିେଲ।
ନିୟମ ଅନୁସାେର, ଏହି ଚୟନ ପୂର୍ଣ୍ଣାଙ୍ଗ େହବା ପରେ କମିଟି ଏକ ପାଞ୍ଚଜଣିଅା ସର୍ଚ୍ଚ କମିଟି ବାଛିବେ। ଏହି ସର୍ଚ୍ଚ କମିଟିର କାର୍ଯ୍ୟକାଳ ଦୁଇ ବର୍ଷ ରହିବ ଏବଂ େସମାନଙ୍କୁ ସଚିବ ପାହ୍ୟାର ସମସ୍ତ ସୁବିଧା ସେମାନଙ୍କୁ ଯୋଗାଇ ଦିଅାଯିବ। ଏହି ସର୍ଚ୍ଚ କମିଟି ଲୋକାୟୁକ୍ତ ଓ ସଦସ୍ୟ ବାଛି ଚୟନ କମିଟି ବିଚାର ପାଇଁ ନାମ ସୁପାରିସ କରିବେ। ଲୋକାୟୁକ୍ତ ଅଧ୍ୟକ୍ଷ ପଦ ପାଇଁ ସର୍ଚ୍ଚ କମିଟି ପାଞ୍ଚ ଜଣଙ୍କ ନାମ ଦେବେ। ୫ଜଣ ସଦସ୍ୟଙ୍କ ପାଇଁ ସର୍ଚ୍ଚ କମିଟି ଜଣପିଛା ୩ଟି ଲେଖାଏଁ ନାମ ଦେବେ। ଏହିପରି ୨୦ଟି ନାମ ଉପରେ ହିଁ ଚୟନ କମିଟି ୬ଜଣିଅା ଲୋକାୟୁକ୍ତ ମଣ୍ଡଳୀ ବାଛିବେ। ସୁପାରିସ ହୋଇ ଅାସିଥିବା ପାଞ୍ଚଜଣଙ୍କ ନାମ ମଧ୍ୟରୁ ଚୟନ କମିଟି ପକ୍ଷରୁ ଜଣଙ୍କୁ ଲୋକାୟୁକ୍ତ ଅଧ୍ୟକ୍ଷ ଭାେବ ମନୋନୀତ କରାଯିବ। ସେହିପରି ଅନ୍ୟ ୧୫ଜଣଙ୍କ ନାମ ମଧ୍ୟରୁ ୫ଜଣଙ୍କୁ ସଦସ୍ୟ ବଛାଯିବ।

ସମ୍ବନ୍ଧିତ ଖବର