ଭୁବନେଶ୍ବର : ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଆଜି ଆଉ ପାଦେ ଆଗେଇଛି। ଆଇନର ବ୍ୟବସ୍ଥା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଚୟନ କମିଟି ବୈଠକ ବସିଥିଲା। ଏଥିେର ବିଧାନସଭାର ବାଚସ୍ପତି ପ୍ରଦୀପ ଅମାତ, ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ, ବିେରାଧୀ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିେଲ।

Advertisment

ଏହି କମିଟି ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ୭ ଜଣିଆ ସର୍ଚ କମିଟି ଗଠନ କରିଛନ୍ତି। ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଅମିତାଭ ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିେର ପୂର୍ବତନ ପ୍ରଶାସକ ଗୋପାଳ ଚନ୍ଦ୍ର ନନ୍ଦ, ସଂଜୀବ ଚନ୍ଦ୍ର ହୋତା, ରବି ନାରାୟଣ ବହିଦାର, ଡ. ସ୍ନିଗ୍ଧା ପଟ୍ଟନାୟକ, ଡ. ବିଧୁଭୂଷଣ ସାମଲ, ପ୍ରଫେସର ଭେଙ୍କଟରାଓ ରମ୍ଭାତଲା ସଦସ୍ୟ ଅଛନ୍ତି। ଏହି କମିଟି ମାସକ ମଧ୍ୟରେ ୬ ଜଣିଆ ଲୋକାୟୁକ୍ତମଣ୍ଡଳୀ ପାଇଁ ନାମ ସୁପାରିସ କରିେବ। ଚୟନ କମିଟି ଏମାନଙ୍କ ମଧ୍ୟରୁ ଜଣକୁ ଅଧ୍ୟକ୍ଷ ଓ ଅନ୍ୟ ୫ ଜଣଙ୍କୁ ସଦସ୍ୟ ଭାବେ ନିଯୁକ୍ତି େଦବେ। ଚୟନ କମିଟିର ଏଭଳି ପଦକ୍ଷେପ ପରେ ଲୋକାୟୁକ୍ତ ନିଯୁକ୍ତି ନେଇ ବାଟ ଖୋଲିବ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ରରେ ଲୋକପାଳ ବିଲ୍‌ ଆଇନର ମାନ୍ୟତା ପାଇବା ପରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଲୋକାୟୁକ୍ତ ଆଇନ ପାସ୍‌ କରିଥିଲା। ୨୦୧୪ ଫେବ୍ରୁଆରି ୧୪ ତାରିଖରେ ଓଡ଼ିଶା ବିଧାନସଭାରେ ଏହି ବିଲ୍‌ ପାରିତ ହୋଇଥିଲା।