ଲୁଚିଲେଣି ଦୁର୍ନୀତିଗ୍ରସ୍ତ, ଲୋକାୟୁକ୍ତଙ୍କ ଚିଠି ପରେ କର୍ମଚାରୀଙ୍କ ମଧ୍ୟରେ କମ୍ପନ

ପଛଘୁଞ୍ଚା ଦେଲେଣି ଅଭିଯୋଗକାରୀ, ପକ୍ଷ ରଖୁନାହାନ୍ତି, ଅଭିଯୋଗର ଯାଞ୍ଚ ପାଇଁ ହେବ ତଦନ୍ତ ଓ ପ୍ରସିକ୍ୟୁସନ୍ ଶାଖା

ଭୁବନେଶ୍ବର : ନବଗଠିତ ଲୋକାୟୁକ୍ତଙ୍କ ନୋଟିସ ଏବେ ଦୁର୍ନୀତିଗ୍ରସ୍ତ କର୍ମଚାରୀ ମହଲରେ କମ୍ପନ ସୃଷ୍ଟି କଲାଣି। ଲୋକପାଳ ଥିବା ସମୟରେ ଯେଉଁ ସବୁ କର୍ମଚାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା, ସେମାନଙ୍କୁ ଏବେ ଲୋକାୟୁକ୍ତ ନୋଟିସ କରିଛନ୍ତି। କେବଳ ସେତିକି ନୁହେଁ, ଅଭିଯୋଗକାରୀଙ୍କୁ ବି। ହେଲେ ସଂପୃକ୍ତ କର୍ମଚାରୀମାନଙ୍କ ମଧ୍ୟରୁ ଏଯାଏ ଜଣେ ବି େଲାକାୟୁକ୍ତଙ୍କ ପାଖରେ ହାଜର େହାଇନାହାନ୍ତି। ଆରମ୍ଭରୁ ଦୁର୍ନୀତି ବିେରାଧରେ େଲାକାୟୁକ୍ତଙ୍କ ତନାଘନା ପ୍ରଶାସନିକ ମହଲରେ ମୁଖ୍ୟ ଚର୍ଚ୍ଚାର ବିଷୟ େହାଇଛି। ଜଣେ ଅଧିକାରୀ କହିଛନ୍ତି, ଦ୍ବିତୀୟ ଥର େନାଟିସ ପରେ ଯଦି ସଂପୃକ୍ତ କର୍ମଚାରୀ ବା ଅଧିକାରୀ ହାଜର ନ ହୁଅନ୍ତି, ତେବେ ଅବଶ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜାମିନ ବିହୀନ ଗିରଫ ପରଵାନା ଜାରି କରାଯାଇପାରେ। ସେହିପରି କିଛି େକ୍ଷତ୍ରରେ ଅଭିେଯାଗକାରୀ ମଧ୍ୟ େଲାକାୟୁକ୍ତଙ୍କ ନିକଟରେ ନିଜ ପକ୍ଷ ରଖିବା ଲାଗି ଆଗ୍ରହ େଦଖାଇନାହାନ୍ତି।

ସୂଚନାଯୋଗ୍ୟ, ଗତ ମାର୍ଚ ମାସରେ ରାଜ୍ୟରେ ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ପରେ ପରେ ଦୁଇ ଜଣ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇଛି। ହେଲେ ଲୋକାୟୁକ୍ତ କାର୍ଯ୍ୟାଳୟ ପାଇଁ ଆବଶ୍ୟକ କର୍ମଚାରୀ ଏ ପର୍ଯ୍ୟନ୍ତ ଦିଆଯାଇନାହିଁ। ଯାହାଫଳରେ ରେକର୍ଡପତ୍ରର ସଂରକ୍ଷଣଠାରୁ ଆରମ୍ଭ କରି ଆର୍ଥିକ ବ୍ୟୟବରାଦ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ହୋଇପାରୁ ନାହିଁ। ରାଜ୍ୟର ପ୍ରଥମ େଲାକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ ସିଂହ ଓ ସଦସ୍ୟ (ଜଷ୍ଟିସ ବି େକ ନାୟକ, ଦେବବ୍ରତ ସ୍ବାଇଁ) ନିଯୁକ୍ତି ପାଇବାର ତିନିମାସ ପରେ ସରକାରୀସ୍ତରରେ ଏଭଳି ଉଦାସୀନତା ଏବେ ବୁଦ୍ଧିଜୀବୀ ମହଲକୁ ଆନ୍ଦୋଳିତ କଲାଣି। ଆବଶ୍ୟକ କର୍ମଚାରୀ ଦିଆଯାଇନାହିଁ। େଲାକାୟୁକ୍ତ ଆଇନ ଅନ୍ତର୍ଗତ ନିୟମାବଳୀ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇନାହିଁ।

ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ୨୧ଜଣ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର ବା ଏଏସ୍‌ଓ ରହିବା କଥା। ମାତ୍ର ଜଣକୁ ବି ନିଯୁକ୍ତି ଦିଆଯାଇନାହିଁ। ଯାହାଫଳ‌ରେ କୌଣସି ଅଫିସିଆଲ କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁ ନାହିଁ। ଏବେ ଜଣେ ଏଏସ୍‌ଓ ଡେପୁଟେସନ୍‌ରେ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ଜଣେ ସେକ୍ସନ୍ ଅଫିସର ରହିଛନ୍ତି। ସେହିପରି ଲୋକାୟୁକ୍ତ କାର୍ଯ୍ୟାଳୟର ବ୍ୟୟବରାଦ ପାଇଁ ଜଣେ ଫାଇନାନ୍‌ସ ଅଫିସର ଆବଶ୍ୟକ ଥିବା ବେଳେ ଏ େକ୍ଷତ୍ରରେ ମଧ୍ୟ ସରକାରଙ୍କ ଦୃଷ୍ଟି ନାହିଁ।

ସୂଚନା ଅନୁସାରେ, ଅଭିଯୋଗର ତଦନ୍ତ ଓ ଶୁଣାଣି ପାଇଁ ଲୋକାୟୁକ୍ତ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ ଓ ପ୍ରସିକ୍ୟୁସନ୍ ଶାଖା ଗଠନ କରାଯିବ। ତଦନ୍ତ ପାଇଁ ପୁଲିସ କିମ୍ବା ଅନ୍ୟ ବିଭାଗର ଜଣେ ଉପରିସ୍ଥ ଅଧିକାରୀଙ୍କୁ ଏହି ଦାୟିତ୍ବ ଦିଆଯିବାକୁ ଥିବା ବେଳେ ପ୍ରସିକ୍ୟୁସନ୍ ଶାଖା ପାଇଁ ଜିଲ୍ଲା ଜଜ୍‌ ରୢାଙ୍କର ଜଣେ ଜଜ୍‌କୁ ନିଯୁକ୍ତି ଦିଆଯିବ। ଖୁବ ଶୀଘ୍ର ଏମାେନ ଦାୟିତ୍ବ େନଇପାରନ୍ତି।

ଅଭିଯୋଗର ଶୁଣାଣି ପାଇଁ ଲୋକାୟୁକ୍ତଙ୍କ ସ୍ବତନ୍ତ୍ର କୋର୍ଟ ମଧ୍ୟ ଗଠନ କରାଯିବ। ରାଜ୍ୟ ସରକାରଙ୍କୁ ଏ ନେଇ ଲୋକାୟୁକ୍ତ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତାବ ଦିଆଯିବ। ଭିଜିଲାନ୍‌ସ କୋର୍ଟକୁ ସ୍ବତନ୍ତ୍ର ଭାବେ ଲୋକାୟୁକ୍ତଙ୍କ କୋର୍ଟ ଭାବେ ଘୋଷଣା କରାଯାଇପାରେ। ଅନ୍ୟଥା ଲୋକାୟୁକ୍ତ କୋର୍ଟ ଗଠନ ପରେ ଯାଇ ଶୁଣାଣି ଆରମ୍ଭ ହେବ। େହଲେ କୋର୍ଟ କେଉଁଠାରେ ହେବ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ କିମ୍ବା ସେ ଦିଗରେ ସରକାରୀ ପଦକ୍ଷେପ ଜଣାପଡିନାହିଁ।

ଜିଲ୍ଲାସ୍ତରରେ ମଧ୍ୟ ପ୍ରସିକ୍ୟୁସନ୍ ଶାଖା କାର୍ଯ୍ୟାଳୟ ଗଠନ କରିବା ନେଇ ନିଷ୍ପତ୍ତି ହୋଇପାରେ। ସବୁଠାରୁ ବଡ଼ କଥା େହଲା, ଲୋକାୟୁକ୍ତ ରୁଲ୍ ଫ୍ରେମ୍‌ ହେବା ବାକି ରହିଛି। ଯଦିଓ ‌ଅଧ୍ୟକ୍ଷଙ୍କ ପକ୍ଷରୁ କିଛି ରୁଲ୍ ଫ୍ରେମ୍ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ତେବେ ଏହାର ଗେଜେଟ୍ ବିଜ୍ଞପ୍ତି ଆସିବା ବାକି ରହିଛି।

ଉଲ୍ଲେଖଥାଉକି, ଲୋକାୟୁକ୍ତ ଅଧ୍ୟକ୍ଷ ନିଯୁକ୍ତ ହେବା ପରେ ଲୋକପାଳଙ୍କ କାର୍ଯ୍ୟକାଳ ସମୟରୁ ପଡ଼ି ରହିଥିବା ମାମଲା ଗୁଡ଼ିକର ପରୀକ୍ଷା ନିରୀକ୍ଷା ଆରମ୍ଭ ହୋଇଛି। ‌ଲୋକପାଳଙ୍କ ସମୟରେ ସରକାରୀ କର୍ମଚାରୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ସହିତ କୌଣସି ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ସମସ୍ୟାର ଅଭିଯୋଗ ପହଞ୍ଚୁଥିଲା। ମାତ୍ର ଲୋକାୟୁକ୍ତ ଆଇନରେ କେବଳ ସରକାରୀ କର୍ମଚାରୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ଶୁଣାଣି କରାଯିବ। ତେଣୁ ବିଭାଗୀୟ ସମସ୍ୟାଗୁଡ଼ିକୁ ପୃଥକ କରାଯାଉଛି। ସରକାର ଏଯାଏ ଅନ୍ୟ ତିନି ଜଣ ସଦସ୍ୟ ମଧ୍ୟ ନିଯୁକ୍ତି େଦଇନାହାନ୍ତି।

ସମ୍ବନ୍ଧିତ ଖବର