ଲୋକାୟୁକ୍ତଙ୍କ ୱେବସାଇଟ୍‌ ଉନ୍ମୋଚିତ

ଭୁବନେଶ୍ବର : ଆଜି ଲୋକାୟୁକ୍ତ, ଓଡ଼ିଶାଙ୍କ ୱେବସାଇଟ୍‌ ଲୋକାର୍ପିତ ହୋଇଛି। ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍ ଅଜିତ ସିଂହଙ୍କ ଦ୍ୱାରା ଏହି ୱେବସାଇଟ୍ ଲୋକାର୍ପିତ ହୋଇଥିଲା। ଲୋକାର୍ପଣ ଉତ୍ସବରେ ଲୋକାୟୁକ୍ତ ସଦସ୍ୟ ଜଷ୍ଟିସ୍ ବିଜୟ କୁମାର ନାୟକ, ଦେବବ୍ରତ ସ୍ୱାଇଁ, ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା, ଲୋକାୟୁକ୍ତ ସଚିବ ମାନସ କୁମାର ତ୍ରିପାଠୀ, ଏନଆଇସି, ଭୁବନେଶ୍ୱରର ବୈଷୟିକ ନିର୍ଦେଶକ ହରପ୍ରସାଦ ଦାସ, ଏନ୍ଆଇସି, ଭୁବନେଶ୍ୱର ମହାପ୍ରବନ୍ଧକ ସମ୍ବିତ କୁମାର ପାତ୍ର ଓ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ।

ୱେବସାଇଟ୍‌ http://lokayukta.odisha.gov.in ରେ ଆବଶ୍ୟକ ତଥ୍ୟ ଜନସାଧାରଣ ପାଇପାରିବେ। ଏହା ଜରିଆରେ ଜନସାଧାରଣଙ୍କୁ ଲୋକାୟୁକ୍ତ, ଓଡ଼ିଶାଙ୍କ କାର୍ଯ୍ୟ ସମ୍ବନ୍ଧରେ ସବିଶେଷ ସୂଚନା ମିଳିପାରିବ। ଅଭିଯୋଗକାରୀଙ୍କ ଦ୍ବାରା ଦାଏର କରାଯାଇଥିବା ଅଭିଯୋଗର ସ୍ଥିତାବସ୍ଥା ଏବଂ ଲୋକାୟୁକ୍ତଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଆଦେଶ ସଂପର୍କରେ ତଥ୍ୟ ୱେବସାଇଟ୍‌ରେ ମିଳିପାରିବ। ଏହାସହ ଲୋକାୟୁକ୍ତଙ୍କ ନିକଟରେ ଦାଏର ହୋଇଥିବା ଅଭିଯୋଗ ଗୁଡ଼ିକର ଶୁଣାଣି ଜାଣିବା ସମ୍ବନ୍ଧରେ ଅଭିଯୋଗକାରୀ ଓ ପ୍ରତିପକ୍ଷମାନେ ତଥ୍ୟ ପାଇପାରିବେ।

ସମ୍ବନ୍ଧିତ ଖବର