ଭୁବନେଶ୍ୱର : ଡିନାମାଇଟ୍ ଲଗାଇ ଜଳସେଚନ ବନ୍ଧ ରାସ୍ତାକୁ ଉଡ଼ାଇ ଦିଆଯିବା ଘଟଣାରେ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ୬ଜଣଙ୍କୁ ଲୋକାୟୁକ୍ତ ନୋଟିସ୍ ଜାରି କରିଛନ୍ତି। ଆସନ୍ତା ୬ସପ୍ତାହ ଭିତରେ ଉତ୍ତର ରଖିବା ଲାଗି କୁହାଯାଇଛି। ଆସନ୍ତା ଡିସେମ୍ବର ୧୨ତାରିଖରେ ଏହି ମାମଲାର ପରବର୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି।
ଜାତୀୟ ରାଜପଥ ୫ରେ ଗୋକର୍ଣ୍ଣେଶ୍ବରଠାରୁ ବୁଢ଼ାଲିଙ୍ଗ ମଝିପଡ଼ା ରାସ୍ତା (୨୦ କି.ମି) ସଲଗ୍ନ ଜଳସେଚନ ରାସ୍ତାକୁ ଡିନାମାଇଟ୍ ଜରିଆରେ ରାମପୁରଠାରେ ଉଡ଼ାଇ ଦିଆଯାଇଥିଲା। ତେବେ ବନ୍ୟାର ତୀବ୍ର ସ୍ରୋତ ଯୋଗୁଁ ରାସ୍ତା ଫାଟିଯିବା ସହିତ ୪ହଜାର ଏକ ଚାଷ ଜମି ନଷ୍ଟ ହୋଇଥିବା ଦର୍ଶାଯାଇଥିଲା। ତେବେ ସୂଚନାଧିକାର କର୍ମୀ ସର୍ବେଶ୍ବର ବେହୁରା ସ୍ଥାନୀୟ ଅଞ୍ଚଳକୁ ଗସ୍ତ କରିବା ସହିତ ବନ୍ୟା ପାଣି ଯୋଗୁଁ ନୁହେଁ, ବରଂ ଏହା ପଛରେ ଏକ ବଡ଼ ଧରଣର ଷଡ଼୍ଯନ୍ତ୍ର ହୋଇଥିବା ଜାଣିବାକୁ ପାଇଥିଲେ। ରାସ୍ତା ନିର୍ମାଣ କାର୍ଯ୍ୟରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ଚପାଇ ଦେବା ଲାଗି ସ୍ଥାନୀୟ ବିଧାୟକ ଶ୍ରୀ ବଳବନ୍ତରାୟ ଓ ପାଣିକୋଇଲି ଉପଖଣ୍ଡ ଆର ଏଣ୍ଡ ବିର କନିଷ୍ଠ ଯନ୍ତ୍ରୀ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା।
/sambad/media/post_attachments/wp-content/uploads/2020/08/jajpur-ff-300x140.jpg)
୨୦୧୬ ମସିହାରେ ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୨ କୋଟି ଧାର୍ଯ୍ୟ ହୋଇଥିବାବେଳେ ୨୦୧୮ ମସିହା ସୁଦ୍ଧା କାର୍ଯ୍ୟ ସଂପୂର୍ଣ୍ଣ କରିବାର ଲକ୍ଷ୍ୟ ରହିଥିଲା। ମାତ୍ର ସ୍ଥାନୀୟ ବିଧାୟକଙ୍କ ହସ୍ତକ୍ଷେପ ଯୋଗୁଁ କାର୍ଯ୍ୟରେ ବିଳମ୍ବ ହେବା ସହିତ ପ୍ରକଳ୍ପର ଅଟକଳ ମୂଲ୍ୟ ୨୪.୪୭ କୋଟିକୁ ବୃଦ୍ଧି ପାଇଥିଲା। ୨୦୧୯ ମସିହାରେ ବନ୍ଧ ରାସ୍ତା କାମ ଆରମ୍ଭ ହୋଇଥିବାବେଳେ କାମ ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ନଜରକୁ ଆସିଥିଲା। ମାତ୍ର ଏବେ ବନ୍ଧ ରାସ୍ତା ନଷ୍ଟ ହେବା ପରେ ଶ୍ରୀ ବେଉରା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗର ଶୁଣାଣ କରି ଲୋକାୟୁକ୍ତ ପୂର୍ତ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କ ସମେତ ଯାଜପୁର ଜିଲ୍ଲାପାଳ, ପାଣିକୋଇଲି ଉପଖଣ୍ଡର ନିର୍ବାହୀ ଯନ୍ତ୍ରୀ, ଜାରକା ଉପଖଣ୍ଡର ଉପ-ନିର୍ବାହୀ ଯନ୍ତ୍ରୀ ଓ ପାଣିକୋଇଲି ଉପଖଣ୍ଡର କନିଷ୍ଠ ଯନ୍ତ୍ରୀଙ୍କୁ ନୋଟିସ୍ ଜାରି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Lokayukta-odisha.jpg)