ଲୋକନାଥ ଓ ଜାଗେଶ୍ବର ବାବାଙ୍କ ପତର୍‌ପେଁଡ଼ି ସମ୍ପନ୍ନ

ସମ୍ବଲପୁର : ଝାଡ଼ୁଆପଡ଼ାର ଲୋକନାଥ ବାବା ଏବ˚ ମୁଦିପଡ଼ାର ଜାଗେଶ୍ବର ବାବାଙ୍କ ପତର୍‌ପେଁଡ଼ି ଗୁରୁବାର ସ˚ଧୢାରେ ଅନୁଷ୍ଠିତ ହୋଇ ଯାଇଛି। ପତରପେଁଡ଼ି ଜରିଆରେ ଦେବଦେବ ମହାଦେବଙ୍କ ସହ ମାତା ପାର୍ବତୀଙ୍କ ବିବାହ ସ୍ଥିର ହୋଇଛି। ଶୁକ୍ରବାର ଲୋକନାଥ ବାବା ଏବଂ ଜାଗେଶ୍ବର ବାବାଙ୍କ ବିହାହ ପାଇଁ ହନୁମାନ ନିଉତା ବା ଗୁଆଗୁଣ୍ଡା କାର୍ଯ୍ୟକ୍ରମ ରହିଛି।

ଗୁରୁବାର ରାତି ୮ଟାରେ ବରପିତା ଅମରନାଥ ସୁପକାର ଝାଡୁଆପଡ଼ାର ମୁରବୀମାନଙ୍କ ସହ ଲୋକନାଥ ବାବାଙ୍କ ପାଇଁ କନ୍ୟା ଅନ୍ବେଷଣରେ ବାହାରିଥିଲେ। ରଥାରୂଢ଼ ବରପିତା ସରଗିପତ୍ରରେ ଶିବଙ୍କ ବେଲପତ୍ର ଓ ଫୁଲ ଧରିଥିବାବେଳେ ସାଥୀରେ ସପ୍ତଋଷି ଓ ପଡ଼ାବାସୀ ଚାଲିଥିଲେ। ଶୋଭାଯାତ୍ରା ଝାଡୁଆପଡ଼ାର ଲୋକନାଥ ବାବାଙ୍କ ମନ୍ଦିରରୁ ବାହାରି ପୋଦ୍ଦାର କଲୋନି କ୍ଷେତରାଜପୁରରେ ପହଞ୍ଚିଥିଲା। ସେଠାରେ ଉଭୟ ପକ୍ଷଙ୍କ ମଧୢରେ କଥୋପକଥନ ହୋଇଥିଲା। ବରପକ୍ଷ କନ୍ୟା ପିତାମାତା ସୁନୀଲ ଅଗ୍ରୱାଲ ଏବଂ କବିତା ଅଗ୍ରୱାଲ୍‌ଙ୍କୁ ତାଙ୍କର ସର୍ବଗୁଣସମ୍ପନ୍ନା କନ୍ୟାର ହାତ ମାଗିଥିଲେ। କନ୍ୟାପକ୍ଷ ପୁଅର ଗୁଣଗ୍ରାମ ବିଷୟରେ ପଚାରି ବୁଝିଥିଲେ। ପରେ ଉଭୟ ପକ୍ଷ ବିବାହ ପାଇଁ ରାଜି ହୋଇଥିଲେ। ବରପିତା ସପ୍ତଋଷିଙ୍କ ଉପସ୍ଥିତିରେ କନ୍ୟା ପିତାମାତାଙ୍କୁ ଲୋକନାଥଙ୍କ ବେଲପତ୍ର, ଫୁଲ ଓ ସରଗିପତ୍ର ଦେଇ ବିବାହ ନିଶ୍ଚିତ କରିଥିଲେ। ମହେନ୍ଦ୍ର ପୂଜାରୀ ପୂଜା କାର୍ଯ୍ୟ ତୁଲାଇଥିଲେ। ସପ୍ତର୍ଷିଭାବେ ମାଧବ ପଣ୍ଡା, ପୁରନ୍ଦର ପାଣିଗ୍ରାହୀ, ପୀତବାସ ବିଶି, ହରିହର ବଡ଼ପଣ୍ତା, ଜଗଦୀଶ ବଡ଼ପଣ୍ଡା, ପ୍ରକାଶ ପୂଜାରୀ, ସଂଜୀବ ପାଢ଼ୀ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୈଳାସ ପଣ୍ଡା, ମନୋଜ ମିଶ୍ର, ଧୀରେନ୍ଦ୍ର ପଣ୍ତା, ଯାତ୍ରା କମିଟି ସଭାପତି ସରୋଜ ଦଲ୍‌ପତ, ସ˚ଜୟ ମିଶ୍ର, ସୁଶାନ୍ତ ପୁରୋହିତ, ଅଭିଷେକ ମିଶ୍ର, ମିଲୁ ପାଣିଗ୍ରାହୀଙ୍କ ସମେତ ଶତାଧିକ ପଡ଼ାବାସୀ ଉପସ୍ଥିତ ଥିଲେ।

ସେହିପରି ମୁଦିପଡ଼ାସ୍ଥିତ ଜାଗେଶ୍ବର ବାବାଙ୍କ ମନ୍ଦିରରେ ପୂଜାର୍ଚନା ପରେ କନ୍ୟା ସ˚ଧାନରେ ଶୋଭାଯାତ୍ରା ବାହାରିଥିଲା। ବରପିତା ମଧୁସୂଦନ ନେଗୀ ସପ୍ତଋଷି ଏବଂ ପଡ଼ାବାସୀଙ୍କ ସହ ଯାଇ ବୁଢ଼ାରଜା ଏକ୍‌ଜିକ୍ୟୁଟିଭ୍‌ କଲୋନିସ୍ଥିତ କନ୍ୟାଳୟରେ ପହଞ୍ଚିଥିଲେ। ସେଠାରେ କନ୍ୟା ପିତାମାତା ବିନୋଦ ବିହାରୀ ପଟେଲ, ବିନତା ନାୟକ ଓ ପରିବାରବର୍ଗ ବରପକ୍ଷଙ୍କୁ ସ୍ବାଗତ କରିଥିଲେ। ବରପିତା ସରଗିପତ୍ର ପ୍ରଦାନ କରି ଜାଗେଶ୍ବର ବାବା ଓ ମାତା ପାର୍ବତୀଙ୍କ ବିବାହ ସ୍ଥିର ହୋଇଥିଲା। ଶଶିଭୂଷଣ ତ୍ରିପାଠୀ, ଅରବିନ୍ଦ ମହାପାତ୍ର, ଶାନ୍ତନୁ ପାଣିଗ୍ରାହୀ, ସଂଜୀବ ଦାସ, ବିଶ୍ବ ରଂଜନ ପୂଜାରୀ, ବିଜୟ ଷଡ଼ଙ୍ଗୀ ଏବଂ ରାଜକିଶୋର ମିଶ୍ର ସପ୍ତଋଷି ଭୂମିକା ତୁଲାଇଥିଲେ। ପଣ୍ତିତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ମନ୍ଦିର ପୂଜକ ଗୋବିନ୍ଦ ପଣ୍ତା ପୂଜା କାର୍ଯ୍ୟ ତୁଲାଇଥିଲେ। ଯାତ୍ରା କମିଟି ସଭାପତି ଜଗଦୀଶ ପଣ୍ଡା, ଦୁର୍ଗା ପଟ୍ଟନାୟକ, ସୁନୀଲ ଦାଶ, ଗତିକୃଷ୍ଣ ଷଡ଼ଙ୍ଗୀ, ଖଡ଼ିରତ୍ନ ବେହେରାଙ୍କ ସମେତ ନୃସିଂହ ଦାଶ, ଅଭିରାମ ପଟେଲ, ଜିତୁ କର୍ଣ୍ଣ, ଆଶୁତୋଷ ମିଶ୍ର, ଲକ୍ଷ୍ମୀ ନାରାୟଣ ପଟେଲ, ସୁନୀଲ ସାହାଣୀ, ଉଜ୍ଜ୍ବଳ ବଗର୍ତ୍ତୀ, ଅଲେଖ ସାହୁ, ବନମାଳି ପଟେଲ, କୈଳସା ପ୍ରଧାନ, ଶେଷଦେବ ଦାଶ, ଅଶୋକ ପଟେଲ, ଗଂଗାଧର ଭୋଇ, ସତ୍ୟକାନ୍ତ ମହାପାତ୍ର, ହିମାଂଶୁ ପାଣିଗ୍ରାହୀ, ସୁଧୀର ବହିଦାର ଓ ଶତାଧିକ ପଡ଼ାବାସୀଙ୍କ ଉପସ୍ଥିତିରେ ପତରପେଁଡ଼ି ସମ୍ପନ୍ନ ହୋଇଥିଲା।

ସମ୍ବନ୍ଧିତ ଖବର