ଟିକା ପାଇଁ ଲମ୍ବା ଧାଡ଼ି

ହାଟଡ଼ିହି : କରୋନା ଟିକା ନେବାପାଇଁ ସରକାର ପ୍ରଚାରପ୍ରସାର ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବା ପରେ ଏବେ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି। ଟିକା ଅଭାବରୁ ଗତ ୬ଦିନ ଧରି ଟିକାକରଣ କାର୍ଯ୍ୟ ବନ୍ଦ ଥିବାବେଳେ ଆଜି ଟିକା ଆସିଥିବା ଜାଣି ଶହଶହ ଲୋକ ଗହଳି ଲଗାଇଥିଲେ। ହାଟଡିହିରେ ମାତ୍ର ୧୮୦ ଓ ଶାଳଣିଆଁରେ ମାତ୍ର ୧୭୦ଟିକା ଦେବାର ବ୍ୟବସ୍ଥା କରାଯାଇଥିଲା। ଫଳରେ ଶହଶହ ଲୋକ ଏକସଙ୍ଗେ ଏକଜୁଟ ହୋଇଯିବାରୁ ନାନା ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଲୋକଙ୍କ ଗହଳିକୁ ଦେଖି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଧାଡ଼ିର ବ୍ୟବସ୍ଥା କରିଥିଲେ। ଦୂର ଦୂରାନ୍ତରୁ ଲୋକମାନେ ପଳାଇ ଆସିବାରୁ ଓ ଅଳ୍ପ ଟିକା ଥିବାରୁ ଶହଶହ ଲୋକ ଫେରିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଆଜି କେବଳ ଦ୍ୱିତୀୟ ଡୋଜ ଟିକା ଦିଆଯିବାର ଥିଲା ଓ ସେମାନଙ୍କ ନିକଟକୁ ମେସେଜ କରାଯାଇଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି। କିନ୍ତୁ ସେମାନଙ୍କ ସହିତ ସାଧାରଣ ଲୋକମାନେ ପଳାଇ ଆସିବାରୁ ଏପରି ଗହଳି ହେଲା ବୋଲି କର୍ତ୍ତୃପକ୍ଷ କହିଛନ୍ତି।

୨ ଲକ୍ଷରୁ ଊର୍ଦ୍ଧ୍ବ ଟିକାଦାନ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଅଦ୍ୟାବଧି ୨ଲକ୍ଷରୁ ଊର୍ଦ୍ଧ୍ବ କରୋନା ଟିକାଦାନ କରାଯାଇଥିବା ସୂଚନା ମିଳିଛି। ସରକାରୀ ସୂତ୍ରରୁ ମଳିଥିବା ସୂଚନା ଅନୁସାରେ, ଆଜି ପର୍ଯ୍ୟନ୍ତ ଜିଲ୍ଲାକୁ ମୋଟ ୨ ଲକ୍ଷ ୯ ହଜାର ୫୬୦ଟି କରୋନା ଟିକା ଆସିଛି। ଏଯାଏ ୨ ଲକ୍ଷ ୩ ହଜାର ୭୮୨ଟି ଟିକା ଦିଆସାରିଛି। ସ୍ବାସ୍ଥ୍ୟକର୍ମୀମାନେ ୨୨ ହଜାର ୬୦୮ଟି ଟିକା ନେଇଥିବାବେଳେ ସମ୍ମୁଖ ଯୋଦ୍ଧାମାନେ ୧୧ ହଜାର ୮୬୫ଟି ଟିକା ନେଇଛନ୍ତି। ସେହିପରି ବରିଷ୍ଠ ନାଗରିକଙ୍କ ମଧ୍ୟରୁ ୧ ଲକ୍ଷ ୬୦ ହଜାର ୬୧ଜଣ ପ୍ରଥମ ଡୋଜ୍‌ ଏବଂ ଅବଶିଷ୍ଟ ୯୨୪୮ଜଣ ଦ୍ବିତୀୟ ଡୋଜ୍‌ ଟିକା ନେଇଛନ୍ତି। ଜିଲ୍ଲାରେ ମୋଟ ୧୩୧ଟି କେନ୍ଦ୍ରରେ କରୋନା ଟିକା ଦିଆଯାଉଛି।

ସମ୍ବନ୍ଧିତ ଖବର