୧୦ କିମି ଲମ୍ବ ଜାତୀୟ ପତାକା ପ୍ରଦର୍ଶିତ : ତ୍ରିରଙ୍ଗାମୟ ହେଲା ରାଉରକେଲା

ରାଉରକେଲା : ଦୀର୍ଘ ୭୨ ବର୍ଷର ସ୍ବାଧୀନ ସୁନ୍ଦରଗଡ଼ ଇତିହାସରେ ଆଉ ଏକ ସଫଳତାର ଫର୍ଦ ଯୋଡ଼ି ହୋଇଯାଇଛି। ସ୍ବାଧୀନତା ଦିବସରେ ଗତକାଲି ପ୍ରଦର୍ଶିତ ହୋଇଥିଲା ପ୍ରାୟ ୧୦ କିଲୋମିଟର ଲମ୍ବର ଜାତୀୟ ପତାକା ସଦୃଶ ପତାକା। ତ୍ରିରଙ୍ଗାମୟ ହୋଇ ଉଠିଥିଲା

ଆର୍‌ଏସ୍‌ପି ରିଂ ରୋଡର ମୋଟ ଦୂରତା ୧୫ କିଲୋମିଟରରୁ ଅଧିକ। ଗତକାଲି ଏହି ରିଂ ରୋଡର ପ୍ରାୟ ୧୦ କିଲୋମିଟର ପର୍ଯ୍ୟନ୍ତ ତ୍ରିରଙ୍ଗା ପତାକା ଲାଗି ରହିଥିଲା। ‘ସ୍ମାଇଲ୍‌-ଫର୍‌ ଏଭର’ ସଂଗଠନ ପକ୍ଷରୁ ଆୟୋଜିତ ଏହି ତ୍ରିରଙ୍ଗା ହନୁମାନ ବାଟିକା ଛକରୁ ବାହାରି ସେକ୍ଟର-୨ ପର୍ଯ୍ୟନ୍ତ ପହଞ୍ଚିଥିଲା। କାର୍ଯ୍ୟକ୍ରମ ପୂର୍ବରୁ ହନୁମାନ ବାଟିକା ଛକରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ସହିଦ ଯବାନ ଅଜିତ ସାହୁଙ୍କ ପିତା ସନ୍ତୋଷ ସାହୁ ଏହାକୁ ଉଦ୍‌ଘାଟନ କରିଥିଲେ। ଏହାପରେ ତ୍ରିରଙ୍ଗା ପ୍ରଦର୍ଶନ ଆରମ୍ଭ ହୋଇଥିଲା। ଏହାର ଶୁଭାରମ୍ଭବେଳେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ସାରଦା ପ୍ରସାଦ ନାୟକ, ପୂର୍ବ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ସମେତ ସହରର ବହୁ ବିଶିଷ୍ଟ ଲୋକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର