ଚମ୍ପୁଆ: ଚମ୍ପୁଆ ଥାନା ରିମୁଳି ନିକଟରୁ ଆଜି ଦୁର୍ବୃତ୍ତମାନେ ଜଣେ ଯୁବତୀଙ୍କ ଠାରୁ ୮୦ ହଜାର ୩୦୦ ଟଙ୍କା ଲୁଟି ନେଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଆଜି ଅପରାହ୍ଣ ୩ଟାବେଳେ ରିମୁଳିସ୍ଥିତ ମହାନ୍ତ ଏଚ୍ପି ଗ୍ରାମୀଣ ବିତରକ ସଂସ୍ଥାରେ କାର୍ଯ୍ୟ କରୁଥିବା ଜଣେ ଯୁବତୀ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାକୁ ୮୦ ହଜାର ୩୦୦ ଟଙ୍କା ଜମା କରିବାକୁ ଯାଇଥିଲେ।
ଲିଙ୍କ ନଥିବାରୁ ଯୁବତୀ ଜଣଙ୍କ ବ୍ୟାଙ୍କରେ କିଛି ସମୟ ଅପେକ୍ଷା କରିଥିଲେ। ବ୍ୟାଙ୍କରେ ଟଙ୍କା ଜମା ହେବା ସମୟ ଶେଷ ହୋଇଯିବାରୁ ସେ ବାଧ୍ୟ ହୋଇ କାର୍ଯ୍ୟାଳୟକୁ ଫେରୁଥିଲେ। ଚାଲିଚାଲି ଆସୁଥିବା ବେଳେ ସମ୍ମୁଖରୁ ଲୁଟେରାମାନେ ଏକ ବାଇକ୍ରେ ଦ୍ରୁତଗତିରେ ଆସି ଯୁବତୀଙ୍କ ହାତରୁ ଟଙ୍କା ବ୍ୟାଗ୍ ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ।