ଲୁଟେରାଙ୍କ ଟାର୍ଗେଟରେ ଅର୍ଥ ଲଗାଣକାରୀ ସଂସ୍ଥା, ବନ୍ଧୁକ ଓ ମାରଣାସ୍ତ୍ର ଲଗାଇ ୨ କର୍ମଚାରୀଙ୍କୁ ଲୁଟିଲେ

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନରେ ଥିବା ବାଲିପାଟଣା ଥାନା ଅଞ୍ଚଳରେ ଚୋରି, ଲୁଟ୍, ରାହାଜାନି ନିତିଦିନିଆ ଘଟଣା ହୋଇଗଲାଣି | ଦିନ ଦିପହରେ ଖୁଲମଖୁଲ୍ଲୁା ଲୁଟପାଟ ହେଉଛି | ବିଶେଷ କରି ଲୁଟେରାମାନେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା କର୍ମଚାରୀଙ୍କୁ ଟାର୍ଗେଟ କରୁଛନ୍ତି |
ଆଜି ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ୨ ସଂସ୍ଥାର କର୍ମଚାରୀଙ୍କୁ ଲୁଟିଛନ୍ତି | ଉଜ୍ଜୀବନ ଫାଇନାସ କର୍ମଚାରୀଙ୍କୁ ସାହାଣୀ ସାହି ନିକଟରୁ ମୁଣ୍ଡରେ ବନ୍ଧୁକ ଲଗାଇ ନଗଦ ଟଙ୍କା, ବ୍ୟାଗ ଲୁଟିଥିବା ବେଳେ, ସମସ୍ଥା ଫାଇନାସ କର୍ମଚାରୀଙ୍କୁ ଚଢେଇବର ଠାରେ ମାରଣାସ୍ତ୍ର ଦେଖାଇ ଲୁଟିଛନ୍ତି |
ବାଲିପାଟଣା ପୁଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି | ସୂଚନା ଅନୁସାରେ, ଆଜି ବାଲିପାଟଣା ଥାନା ପମ୍ପାଲୋ ପଞ୍ଚାୟତ ସାହାଣୀ ସାହି ଗ୍ରାମରୁ ଉଜ୍ଜୀବନ ଫାଇନାନ୍ସ କର୍ମଚାରୀ ବିଜୟ କୁମାର ବେହେରା ଟଙ୍କା ଆଦାୟ କରି ଫେରୁଥିଲେ | ଗାଁର କିଛି ବାଟ ଆସିବା ପରେ ୨ ଜଣ ଯୁବକ କଳା ରଙ୍ଗର ପଲସରରେ ଆସି ତାଙ୍କୁ ଅଟକାଇ ଥିଲେ| ଅଣ୍ଟାରୁ ବନ୍ଧୁକ କାଢି ତାଙ୍କ ମୁଣ୍ଡରେ ଲଗାଇ ଦେଇଥିଲେ| ସେହି ସମୟରେ ଜଣେ ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ| ତାଙ୍କୁ ବନ୍ଧୁକ ଦେଖାଇ ଚାଲିଯିବା ପାଇଁ କହିଥିଲେ, ନ ଗଲେ ବନ୍ଧୁକ ଫୁଟାଇ ଦେବେ ବୋଲି ଧମକ ଦେଇଥିଲେ | ଭୟରେ ବ୍ୟକ୍ତି ଜଣଙ୍କ ସ୍ଥାନ ଛାଡ଼ି ଚାଲି ଯାଇଥିଲେ| ଏହାପରେ କର୍ମଚାରୀଙ୍କ ଠାରୁ ବ୍ୟାଗ୍ ଛଡ଼ାଇ ନେଇଥିଲେ| ଗାଡ଼ି ଚାବି ନେଇ ଦ୍ରୁତ ଗତିରେ ଚାଲି ଯାଇଥିଲେ | ବ୍ୟାଗରେ ୧୨ ୭୬୫ ଟଙ୍କା ଓ ଟ୍ୟାବ୍ ଥିବା ବିଜୟ କୁମାର ବେହେରା ପୁଲିସକୁ ସୂଚନା ଦେଇଛନ୍ତି | ବାଲିପାଟଣା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି | ସେହିପରି ଅନ୍ୟ ଏକ ଲୁଟ ଏହି ଥାନା ଚଢ଼େଇବର ଠାରେ ଘଟିଛି | ସମସ୍ଥା ଫାଇନାନ୍ସର କର୍ମଚାରୀ ସାଗର ବେହେରାଙ୍କ ଠାରୁ ନଗଦ ୧୪ ହଜାର ୮ ଶହ ଟଙ୍କା ଓ ଟ୍ୟାବ ଲୁଟି ନେଇଛନ୍ତି | ବ୍ଲୁ ରଙ୍ଗର ଗ୍ଲାମର ଗାଡ଼ିରେ ୨ ଜଣ ଯୁବକ ଆସି ସାଗରଙ୍କୁ ଅଟକାଇ ଥିଲେ| ମାରଣାସ୍ତ୍ର ଦେଖାଇ ଲୁଟ କରିଥିଲେ | ୨ ସଂସ୍ଥା ତରଫରୁ ଥାନାରେ ଅଭିଯୋଗ ପାଇଁ ଯୋଜନା ହେଉଛି | ପୁଲିସ ଲୁଟ୍ ଘଟଣାର ପର୍ଦାଫାସ କରିପାରୁ ନାହିଁ |

ସମ୍ବନ୍ଧିତ ଖବର