ଦିନ ଦ୍ବିପହରରେ ମୋଟର ସାଇକେଲର ଡିକି ଭାଙ୍ଗି ୧ଲକ୍ଷ ୪୦ ହଜାର ଟଙ୍କା ଲୁଟ୍

ଭଦ୍ରକ: ଭଦ୍ରକ ସହରରେ ଏବେ କାଳୀପୂଜା ବେଶ ଜାକଜମକରେ ପାଳନ ହେଉଥିବା ବେଳେ ଆଜି ସହରର ପେଣ୍ଠ ସ୍ଥଳୀରୁ ଏକ ଲୁଟ ଅଭିଯୋଗ ଆସିଛି। ମୋଟର ସାଇକେଲର ଡିକି ଭାଙ୍ଗି କେହି ୧ଲକ୍ଷ ୪୦ ହଜାର ଟଙ୍କା ଲୁଟି ନେଇଥିବାର ଅଭିଯୋଗ ଆସିଛି। ତା’ପୁଣି ଦିନ ଦ୍ବିପହରରେ।

ମିଳିଥିବା ସୂଚନା ଅନୁଯାୟୀ,ମଦନ କୁମାର ନାୟକ ନାମକ ଜଣେ ବ୍ୟକ୍ତି ଏସବିଆଇ ମୁଖ୍ୟ ଶାଖାରୁ ଆଜି ଦିନ ପ୍ରାୟ ଗୋଟାଏ ବେଳେ ୧ଲକ୍ଷ ୪୦ ହଜାର ଟଙ୍କା ଉଠାଇ ନିଜର ମୋଟର ସାଇକେଲର ଡିକିରେ ରଖିଥିଲେ।

ଏହାପରେ ସେ ବନ୍ତ ଛକ ନିକଟରେ ମୋଟର ସାଇକେଲ ରଖି ଜିନିଷ କିଣାକିଣି କରିଥିଲେ। କିଣାକିଣି ସାରି ଫେରି ମଦନ କୁମାର ନାୟକ ଦେଖିଲେ ଯେ ତାଙ୍କ ମୋଟର ସାଇକେଲର ଡିକି ଭାଙ୍ଗି କେହି ୧ଲକ୍ଷ ୪୦ ହଜାର ଟଙ୍କା ନେଇ ଯାଇଛି। ଏ ସଂପର୍କରେ ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର