ଭୁବନେଶ୍ବର: ଲିଫ୍ଟ ଦେବା ବାହାନାରେ ବେଙ୍ଗାଲୁରୁ ଫେରନ୍ତା ଯୁବକଙ୍କୁ ନିଶାଦେଇ ୭୫ ହଜାର ଟଙ୍କା ଲୁଟେରା ଲୁଟିନେଇଥିବା ଖବର ଚାଞ୍ଚଲ୍ୟ ଖେଳାଇଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ରାଜକନିକା ବ୍ଲକର ବୀରେନ ପରିଡ଼ା ବେଙ୍ଗାଲୁରୁରେ କାମ କରନ୍ତି। ଗତ ୧ ତାରିଖରେ ବେଙ୍ଗାଲୁରୁରୁ ଫେରି ରାଜକନିକା ଯିବା ପାଇଁ ଭୁବନେଶ୍ୱର ସତସଙ୍ଗ ବିହାର ନିକଟରେ ଗାଡ଼ିକୁ ଅପେକ୍ଷା କରିଥିଲେ। ସେହି ସମୟରେ ଏକ କାର ତାଙ୍କୁ ଲିଫ୍ଟ ଦେବେ କହି ସାଙ୍ଗରେ ଯିବା ପାଇଁ କହିଥିଲେ। ହେଲେ ବୀରେନ ଜାଣି ନଥିଲେ ଲିଫ୍ଟ ଦେଉଥିବା ଲୋକ ହିଁ ଲୁଟେରା। କିଛି ନଭାବି ସେ ସେହି ଗାଡ଼ିରେ ବସିଥିଲେ। କିଛି ବାଟ ଯିବା ପରେ ଏହି ଲୁଟେରା ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଜଣେ ପରେ ଜଣେ ଗାଡ଼ିରେ ବସିଥିଲେ। ବାଟରେ ସେମାନେ ଅମୂଲ୍ କୁଲରେ ନିଶାଦ୍ରବ୍ୟ ଦେଇ ବୀରେନଙ୍କୁ ଲୁଟିଥିଲେ ଓ ପରେ ଛତିଆ ନିକଟରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ।
ପରେ ଚେତା ଆସିବା ପରେ ବୀରେନ ଜଣେ ଟ୍ରକ ଡ୍ରାଇଭରଙ୍କୁ ପାଣି ମାଗିବାରୁ ଡ୍ରାଇଭର ଜଣଙ୍କ ତାଙ୍କୁ ଚୋର ଭାବି ମାଡ଼ ମାରିଥିବା ସହ ସୋସିଆଲ ମିଡିଆରେ ଭିଡ଼ିଓ ବନେଇ ଛାଡ଼ିଥିଲେ। ଏହାପରେ ବିରେନ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି।
ସମାନ ଢଙ୍ଗରେ ଢେଙ୍କାନାଳର ଜଣେ ଶିକ୍ଷକଙ୍କୁ ଲିଫ୍ଟ ଦେବା ନାଁରେ ନିଶା ଦେଇ ଟଙ୍କା ଲୁଟ ସହ ଏଟିଏମ ରୁ ୪୬ ହଜାର ଟଙ୍କା ହଡ଼ପ କରିଥିବା ନେଇ ସେହି ଶିକ୍ଷକ ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ।
ଲିଫ୍ଟ ଦେବା ନାଁରେ ଗୋଟେ ପରେ ଗୋଟେ ଲୁଟ୍ ଘଟଣା ଘଟୁଥିଲେ ମଧ୍ୟ ପୁଲିସ ଲୁଟେରାଙ୍କ ଟେର ପାଉନି।
ଲିଫ୍ଟ ଦେବା ବାହାନାରେ ଲୁଟ୍: ଲୁଟିନେଲେ ୭୫ ହଜାର, ଯୁବକଙ୍କୁ ଫୋଫାଡ଼ି ଦେଇ ଫେରାର ହେଲେ ଲୁଟେରା
/sambad/media/post_attachments/wp-content/uploads/2022/02/sahidnagar-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)