ମୁଖାପିନ୍ଧା କିଛି ଲୋକ ପିସ୍ତଲ ଦେଖାଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କଠାରୁ ଲୁଟି ନେଲେ ୨ଲକ୍ଷ ୮୨ହଜାର ଟଙ୍କା

କାକଟପୁର ଥାନାରେ ଅଭିଯୋଗ, ସନ୍ଦେହ ଘେରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବେନ୍ଦ୍ର ସ୍ୱାଇଁ!

ଅସ୍ତରଙ୍ଗ: ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତର ନିର୍ବାହୀ ଅଧିକାରୀ ଦେବେନ୍ଦ୍ର ସ୍ୱାଇଁଙ୍କୁ ପିସ୍ତଲ ଦେଖାଇ କେତେକ ଅସାମାଜିକ ଲୋକ ଟଙ୍କା ଲୁଟି ନେଲେ| ଏ ନେଇ କାକଟପୁର ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି| ମିଳଥିବା ସୂଚନା ମୁତାବକ ତାଳଦା ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବେନ୍ଦ୍ର ସ୍ୱାଇଁ ୨ଲକ୍ଷ ୮୨ହଜାର ଟଙ୍କା ବାଣ୍ଟିବାକୁ ଆଜି ଦିନ ୧୧ ଟା ବେଳେ ଯାଉଥିଲେ | ସେ ନଦୀ ପାରିହୋଇ ଯାଇଥାନ୍ତେ| ଖଣ୍ଡାସାହି ଘାଟରେ ପହଞ୍ଚିବା ପୂର୍ବରୁ ମଶାଣି ନିକଟରୁ ଟଙ୍କା ଚୋରି ହୋଇଯିବା ଖବର ମିଳିଛି|

ଖବର ମୁତାବକ କେତେକ ମୁଖାପିନ୍ଧା ଲୋକ ପିସ୍ତଲ ଦେଖାଇ ତାଙ୍କଠାରୁ ଟଙ୍କା ଓ ମୋବାଇଲ୍ ଛଡାଇ ନେଇଛନ୍ତି| ଏନେଇ କାକଟପୁର ଥାନାରେ ଅଭିଯୋଗ ହେବା ସଂପର୍କରେ ଏବିଡିଓ ମନୋଜ ବେହେରା ସୂଚନା ଦେଇଛନ୍ତି , କିନ୍ତୁ ନିର୍ବାହୀ ଅଧିକାରୀ ଶ୍ରୀ ସ୍ୱାଇଁଙ୍କ ସହ ଯୋଗାଯୋଗ ନହେବାରୁ କେଉଁ ପରିସ୍ଥିତିରେ କିପରି ଲୁଟ୍ ହେଲା ସେ ସମ୍ପର୍କରେ ଅଧିକ ସୂଚନା ମିଳିପାରୁନି|

ସବୁଠାରୁ ବଡ଼ କଥା ହେଲା ଦିନଦ୍ବିପହରେ ଏଭଳି କେମିତି ହେଲା ଓ ଘଟଣା ପଛରେ କିଏ ତାର ସୁରାକ ମିଳୁନି | ଲୁଟପାଟ କରିଥିବା ଲୋକେ କେଉଁଆଡେ ଗଲେ ତାର ସୂଚନା ସ୍ଥାନୀୟ ଲୋକଙ୍କ ନିକଟରେ ନାହିଁ | ଘଟଣାକୁ ନେଇ ନିର୍ବାହୀ ଅଧିକାରୀ ଶ୍ରୀ ସ୍ୱାଇଁଙ୍କୁ ଅନେକ ଲୋକ ସନ୍ଦେହ କରୁଥିବା କୁହାଯାଉଛି|

ସମ୍ବନ୍ଧିତ ଖବର