ନରସିଂହପୁର: କଟକ ଜିଲ୍ଲା କାନପୁର ଥାନା ଅଞ୍ଚଳରେ ଥିବା ଏକ ବିଦେଶୀ ମଦ ଦୋକାନର କର୍ମଚାରୀମାନଙ୍କଠାରୁ ୪ଲକ୍ଷ ୬୦ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ କାନପୁର ଥାନା ଅନ୍ତର୍ଗତ ରିଷିପଡ଼ା ଛକଠାରୁ ମାତ୍ର ୨୦୦ କିଲୋମିଟର ଦୂରରେ ଥିବା ଏକ ବିଦେଶୀ ମଦ ଦୋକାନର ତିନି କର୍ମଚାରୀ ଗତକାଲି ରାତି ୧୧ଟା ବେଳେ ଦୋକାନ ବନ୍ଦ କରୁଥିଲେ। ସେମାନଙ୍କ ପାଖରେ ୪ଲକ୍ଷ ୬୦ହଜାର ଟଙ୍କା ଥିବା ଏକ ବ୍ୟାଗ୍ ଥିଲା। ସେହି ସମୟରେ ହଠାତ୍ ତିନିଜଣ ଯୁବକ ସେମାନଙ୍କୁ ବନ୍ଧୁକ ଦେଖାଇ ୪ଲକ୍ଷ ୬୦ହଜାର ଟଙ୍କା ଥିବା ବ୍ୟାଗଟିକୁ ଛଡ଼ାଇ ନେଇ ଫେରାର୍ ହୋଇ ଯାଇଥିଲେ। ସେମାନେ କମର୍ମଚାରୀମାନଙ୍କଠାରୁ ମୋବାଇଲ୍ ଫୋନ୍ ଏବଂ ଗାଡ଼ି ଚାବି ବି ଛଡ଼ାଇ ନେଇଯାଇଥିଲେ। ଲୁଟେରାମାନେ ମୁହଁରେ କଳା କପଡ଼ା ବାନ୍ଧିଥିଲେ।
/sambad/media/post_attachments/wp-content/uploads/2020/03/madyapana.jpg)
ଏହାପରେ ଘଟଣା ସଂପର୍କରେ ବିଦେଶୀ ମଦ ଦୋକାନର ମାଲିକ ଗିରିଶ ଚନ୍ଦ୍ର ପଣ୍ଡା କାନପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଘଟଣାର ତଦନ୍ତ ଚଳାଇ ଖଣ୍ଡପଡ଼ା ଥାନାର କଣ୍ଟିଲୋ ଫାଣ୍ଡି ଅନ୍ତର୍ଗତ ବାଣପୁର ଛକ ନିକଟରେ ଲୁଟ୍ କରିଥିବା ଲୁଟେରାଙ୍କ ଟିଭିଏସ୍ ଆପାଚି ବାଇକ୍ (ଓଡି-୦୨ଇ-୫୨୧୧)କୁ ଜବତ କରିଛି। ସେମାନେ ଏହି ବାଇକକୁ ଛାଡ଼ି ପଳାଇଥିବା ଅନୁମାନ କରାଯାଉଛି। ଲୁଟେରାମାନଙ୍କୁ ଧରିବା ଲାଗି ପୁଲିସ୍ ପକ୍ଷରୁ ତନାଘନା ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/Loot-From-LIquor-Shop_Thumbnail-1.jpg)