କଣ୍ଟାବାଞ୍ଜି: ବାଇକରେ ଆସିଲେ ୫ ଲୁଟେରା , ବନ୍ଧୁକ ଓ ଧାରୁଆ ଅସ୍ତ୍ର ଦେଖାଇ୧ ଲକ୍ଷ ୩୨ ହଜାର ଲୁଟି ନେଲେ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଲକ ଝରନି  ବସଷ୍ଟାଣ୍ଡ ପାଖରେ ଗୁରୁବାର ଦିନ ଦ୍ୱିପହରେ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବାର ଖବର ମିଳିଛି। ଏନେଇ ଗତକାଲି  ଥାନାରେ ଅଭିଯୋଗ ହୋଇଛି । ତୁରେକେଲା ଗାଁରେ ଥିବା ଇଣ୍ଡିଆନ ଗ୍ୟାସ ଏଜେନ୍ସି ଚଲାଉଥିବା କ୍ଷୀରୋଦ ମେହେର  ଅଭିଯୋଗ ତୁରେକେଲା ଥାନାରେ କରିଛନ୍ତି ।

ତୁରେକେଲା ପୁଲିସ ୧୮୫/୨୦୨୦ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି । କ୍ଷୀରୋଦ ମେହେରଙ୍କ ଅଭିଯୋଗ ଅନୁସାରେ ସେ ନିଜ ବାଇକରେ ୧ ଲକ୍ଷ ୩୨ ହଜାର ଟଙ୍କା ନେଇ କଣ୍ଟାବାଞ୍ଜିର ଏକ ବ୍ୟାଙ୍କରେ ଜମା କରିବା ପାଇଁ ଆସୁଥିଲେ । ଠିକ ସେହି ସମୟରେ ତୁରେକେଲରୁ କଣ୍ଟାବାଞ୍ଜି ରାସ୍ତାରେ ଥିବା  ଝରନି ବସଷ୍ଟାଣ୍ଡ ପାଖରେ ଦୁଇଟି ବାଇକରେ ୫ ଜଣ ଡକାୟତ ଆସି ବନ୍ଧୁକ ଓ ଧାରୁଆ ଅସ୍ତ୍ର ଦେଖାଇ ଟଙ୍କା ସବୁ ଲୁଟ୍ କରି ନେଇଯାଇଥିଲେ । ଡକାୟତ ମାନେ ମୋବାଇଲ ଭାଙ୍ଗି ଦେବା ସହ ମନିପର୍ସକୁ ମଧ୍ୟ ନେଇଯାଇଥିବା ଏତଲାରେ ଲେଖାଯାଇଛି । ଏହି ଘଟଣା କଣ୍ଟାବାଞ୍ଜିରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଏ ନେଇ  ତୁରେକେଲା ଥାନା ଅଧିକାରୀ କମଲ ଲୋଚନ ବେହେରାଙ୍କୁ ପଚାରିବାରୁ ସବୁ ଦିଗକୁ ନେଇ ତଦନ୍ତ ଆରମ୍ଭ ହୋଇ ଯାଇଛି। ଲୁଟ୍ କରିଥିବା ଲୋକ ଶୀଘ୍ର ଧରାପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର