ମାର୍ଶାଘାଇ : ଦମ୍ପତିଙ୍କୁ ଆକ୍ରମଣ କରି ସୁନାଗହଣା ଓ ଲକ୍ଷାଧିକ ଟଙ୍କା ଲୁଟି ନେଲେ ଡକାୟତ, ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକର ବଡ଼ ମେଡିକାଲରେ ଭର୍ତ୍ତି 

ମାର୍ଶାଘାଇ : କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଡକାୟତମାନେ ଏକ ଦମ୍ପତିଙ୍କୁ ଆକ୍ରମଣ କରି ସୁନାଗହଣା ଓ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଜଣାଯାଇଛି । ଗୁରୁତର ଅବସ୍ଥାରେ ଦମ୍ପତିଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାର ସୂଚନା ମିଳିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ମାର୍ଶାଘାଇ ଥାନା କୁସୁନପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏକ ଡକାୟତ ଦଳ କାହ୍ନୁ ଚରଣ ନାୟକ ଓ ତାଙ୍କ ପଡ଼ୋଶୀଙ୍କ ଘରେ ପଶିଥିଲେ। ସେମାନେ ଗହଣା ଓ ଅଳଙ୍କାର ଲୁଟୁଥିବା ବେଳେ ଏହାକୁ ବିରୋଧ କରିଥିଲେ କାହ୍ନୁ ଚରଣ ନାୟକ(୫୫)।  ଏଥିରେ ଉତକ୍ଷିପ୍ତ ହୋଇ ଡକାୟତମାନେ କାହ୍ନୁ ଚରଣ ଓ ତାଙ୍କ ପତ୍ନୀଙ୍କୁ ଭୁଜାଲିରେ ଆକ୍ରମଣ କରି ଗହଣା ଓ ଲକ୍ଷାଧିକ ଟଙ୍କା ଲୁଟିନେଇ ଫେରାର୍ ହୋଇଥିଲେ। କାହ୍ନୁ ଚରଣ ଓ ତାଙ୍କ ପତ୍ନୀଙ୍କୁ ପଡ଼ୋଶୀମାନେ ଉଦ୍ଧାର କରି ପ୍ରଥମେ ମାର୍ଶାଘାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ଏହାପରେ ଉଭୟଙ୍କୁ କଟକର ଏସସିବିକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି। ଖବର ପାଇ ସକାଳେ ମାର୍ଶାଘାଇ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

ସମ୍ବନ୍ଧିତ ଖବର