ରାୟଗଡ଼ା : ଆନ୍ଧ୍ରର ଜଣେ ବ୍ୟବସାୟୀଙ୍କଠାରୁ ବନ୍ଧୁକ ଦେଖାଇ ୯୦୦ ଗ୍ରାମ ସୁନା ଓ ୯ ଲକ୍ଷ ଟଙ୍କା ଲୁଟ୍ ହୋଇଥିବାର ଅଭିଯୋଗ ହୋଇଛି। ବନ୍ଧୁକ ମୁନରେ ଏହି ଲୁଟ୍ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲା ସେସଖାଲ ଥାନା ଜିମିମିଡ଼ିପେଣ୍ଟ ନିକଟରେ ଆନ୍ଧ୍ରପ୍ରଦେଶର ଜଣେ ସୁନା ବେପାରୀଙ୍କ ନିକଟରୁ ଦୁଇଜଣ ମୁଖପିନ୍ଧା ଦୁର୍ବୃତ୍ତ ୯୦୦ ଗ୍ରାମ ସୁନା ଓ ୯ ଲକ୍ଷ ଟଙ୍କା ଲୁଟି ନେଇଥଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଉକ୍ତ ବ୍ୟାବସାୟୀଜଣକ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍ ଅଞ୍ଚଳର ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Robber-of-9-Lakhs-Gold-With-Showing-Gun_Thumbnail.jpg)