ରାଉରକେଲା : ଆଜି ଦିନ ଦ୍ୱିପଦରେ ରାଉରକେଲା ମହାନଗର ନିଗମ ଅଫିସ ସାମ୍ନାରୁ ଜଣେ ବ୍ୟକ୍ତିଙ୍କଠାରୁ ସାଢେ ୬ଲକ୍ଷ ଟଙ୍କା ଲୁଟ ହୋଇଥିବାର ଘଟଣା ଚାଞ୍ଚଲ୍ୟଖେଳାଇ ଦେଇଛି। ।
ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ମହାନଗର ନିଗମ ଅଫିସ ସାମ୍ନାରୁ ଡି ଏସ୍ କନଷ୍ଟ୍ରକସନ୍ କମ୍ପାନିର ଜନୈକ କର୍ମଚାରୀ ରଂଜନ କୁମାର ଧଳଙ୍କଠାରୁ ସାଢେ ୬ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ରଂଜନ ଉଦିତନଗର ଷ୍ଟେଟ ବ୍ୟାଙ୍କରୁ ସାଢେ ୬ଲକ୍ଷ ଟଙ୍କା ଉଠାଇ ମହାନଗର ନିଗମ ଅଫିସ ଆସିଥିଲେ। ସେଠାରେ ସଫେଇ କର୍ମଚାରୀମାନଙ୍କୁ ଦରମା ଦେବାକୁ ଟଙ୍କା ନେଇ ଆସିଥିଲେ।

Advertisment

publive-image

ନିଜର ବାଇକ ଡିକିରୁ ରଂଜନ କୁମାର ଧଳ ଉକ୍ତ ଟଙ୍କା ବ୍ୟାଗଟି କାଢ଼ୁଥିବା ବେଳେ ହଠାତ୍ ଏକ କଳା ରଙ୍ଗର ପଲସର ବାଇକରେ ଆସିଥିବା ୨ଜଣ ଯୁବକ ସେହି ବ୍ୟାଗକୁ ଝାମ୍ପି ନେଇଥିଲେ। ସେମାନେ ମୁହଁରେ ରୁମାଲ ବାନ୍ଧିଥିଲେ। ଏହାପରେ ସେ ଦୁଇଜଣ ସେଠାରୁ ଫେରାର ହୋଇଯାଇଥିଲେ । ଏନେଇ ଉଦିତନଗର ଥାନାରେ ରଂଜନ କୁମାର ଧଳ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।