ସୋରରେ ଚାଞ୍ଚଲ୍ୟ, ଫାଇନାନ୍ସ୍ କର୍ମଚାରୀଙ୍କୁ ଭୁଜାଲିରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଲୁଟେରା

ସୋର: ଦିନ ଦି’ପହରେ ଦୁଇଜଣ ଫାଇନାନ୍ସ୍ କର୍ମଚାରୀଙ୍କୁ ଭୁଜାଲିରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣା ବାଲେଶ୍ୱର ଜିଲ୍ଲାର ସୋର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଭିମେଇ ଛକ ନିକଟରେ ।

ଏକ ଘରୋଇ ଫାଇନାନ୍ସ୍ କମ୍ପାନୀର ଦୁଇଜଣ କର୍ମଚାରୀ ଟଙ୍କା କଲେକ୍ସନ୍ କରି ଫେରୁଥିବା ବେଳେ ସେମାନଙ୍କୁ ଲୁଟେରା ଆକ୍ରମଣ କରିଛନ୍ତି। ଦୁଇଜଣ କର୍ମଚାରୀ ସୋର ଥାନା ଅନ୍ତର୍ଗତ କେଶପୁର ଗାଁରୁ ଟଙ୍କା କଲେକ୍ସନ୍ କରି ଫେରୁଥିଲେ । ଠିକ୍ ସେତିକିବେଳେ ୩ଜଣ ଦୁର୍ବୃତ୍ତ ଏକ କଳା ରଙ୍ଗର ପଲସରରେ ଆସିଥିଲେ । କେହି କିଛି ବୁଝିବା ଆଗରୁ ଦୁଇଜଣ କର୍ମଚାରୀଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ଭୟଭୀତ ହୋଇଯାଇଥିଲେ ଫାଇନାନ୍ସ କର୍ମଚାରୀ ।

ଏହାପରେ ସେମାନଙ୍କ ପାଖରେ ଥିବା ଏକ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇ ଦୁର୍ବୃତ୍ତ ସେଠାରୁ ଚମ୍ପଟ ମାରିଥିଲେ। ଏହି ଘଟଣାରେ ଆହତ ହୋଇଥିବା ଦୁଇ କର୍ମଚାରୀ ହେଉଛନ୍ତି ଜଗନ୍ନାଥ ସ୍ୱାଇଁ ଓ ରଶ୍ମିରେଖା ଦାସ । ଖବର ପାଇ ସୋର ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର