ବୈପାରିଗୁଡ଼ା: କିଛି ଦିନର ନୀରବତା ପରେ କୋରାପୁଟ ଜିଲ୍ଲା ବୈପାରିଗୁଡାରେ ଛିନତାଇ ଉଦ୍ୟମ ହୋଇଥିବା ଜଣାପଡିଛି। ଅଳ୍ପ ସମୟ ମଧ୍ୟରେ ଦୁଇ ଜଣ ମହିଳାଙ୍କ ଠାରୁ ସୁନାଚେନ୍ ଝାମ୍ପିବାରେ ଏଥର ଦୁର୍ବୃତ୍ତ ବିଫଳ ହେବା ସହ ଫେରାର ହୋଇଯାଇଛି।
ଘଟଣା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ସମୟରେ କୁନ୍ଦୁରା ରାସ୍ତାରେ ରହୁଥିବା ପୁର୍ବତନ ସରପଞ୍ଚ ଭଜମନ ଗୌଡ଼ଙ୍କ ପତ୍ନୀ ଶାନ୍ତିଲତା ଗୌଡ ଘରେ ପାଳିଥିବା ଗାଈ ପାଇଁ ପେଜ ଆଣିବାକୁ ପଡ଼ିଶା ଘରକୁ ଯାଇ ଫେରୁଥିବା ବେଳେ ଜଣେ ଦୁର୍ବୃତ୍ତ ବାଇକ୍ ଯୋଗେ ଆସି ତାଙ୍କୁ କୁନ୍ଦୁରା ଯିବା ପାଇଁ ରାସ୍ତା ପଚାରିଥିଲେ। ଶାନ୍ତିଲତା କିଛି କହିବା ପୂର୍ବରୁ ଅତର୍କିତ ଭାବେ ପିନ୍ଧିଥିବା କାସୁ ମାଳିକୁ ଝାମ୍ପି ନେବାପାଇଁ ଉଦ୍ୟମ କରିଥିଲେ। ଶାନ୍ତିଲତା କାସୁ ମାଳିକୁ ଜୋରରେ ଧରି ଚିତ୍କାର କରିବାରୁ କାମ କରିବା ପାଇଁ ବୈପାରିଗୁଡା ଆସୁଥିବା ଶ୍ରମିକମାନଙ୍କୁ ଦେଖି ଦ୍ରୁତଗତିରେ ବାଇକ୍ ନେଇ ଗାଦବାଗୁଡା ରାସ୍ତାରେ ଫେରାର ହୋଇଯାଇଥିଲା। ତେବେ ଶାନ୍ତିଲତାଙ୍କ କାସୁ ମାଳିକୁ ନେଇପାରି ନଥିଲେ ମଧ୍ୟ ବେକରେ ପିନ୍ଧିଥିବା ତୁଳସୀ ମାଳିକୁ ଛିଣ୍ଡେଇ ନେଇ ଯାଇଥିବା ପ୍ରକାଶ।
/sambad/media/post_attachments/wp-content/uploads/2023/03/eabddf01-6b28-40b2-a062-41aa426a90b1.jpg)
ଏହାର କିଛି ସମୟପରେ ବାଲିଆ ବୈପାରିଗୁଡା ରାସ୍ତାରେ ଜେ. ବିଜୟଲକ୍ଷ୍ମୀ ଫୁଲ ତୋଳିବା ପାଇଁ ଯାଉଥିବା ଦେଖି ବେକରେ ପିନ୍ଧିଥିବା ସୁନା ଚେନ ଝାମ୍ପି ନେବାପାଇଁ ଚେଷ୍ଟା କରିଥିଲା। ତେବେ ବିଜୟଲକ୍ଷ୍ମୀ ପାଟି କରିବାରୁ ଘଟଣାସ୍ଥଳରୁ ବାଲିଆ ରାସ୍ତାରେ ଦ୍ରୁତଗତିରେ ବାଇକ୍ ନେଇ ଚାଲି ଯାଇଥିଲା।
ପ୍ରକାଶ ଥାଉ କି, ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ଏଭଳି ଛିନତାଇ ଭଳି ଘଟିଥିବା ବେଳେ କେହି ମଧ୍ୟ ପୁଲିସ ହାତରେ ଧରାପଡି ନାହାନ୍ତି। ଏହି ଘଟଣା ବୈପାରିଗୁଡାରେ ଚାଞ୍ଚଲ୍ୟ ଖେଳି ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/42ee0729-d52b-4307-91b4-9b0d7fabf63a.jpg)