କାଳିଆପାଣି : କାଳିଆପାଣି ଏକ୍ସିସ୍ ବ୍ୟାଙ୍କ ଏଟିଏମ୍ରେ ଗତ ୧୫ ତାରିଖ ବାଲାନ୍ସ ଷ୍ଟେଟମେଣ୍ଟ୍ ଚେକ୍ କରିବାର କିଛି ସମୟ ପରେ ତାଙ୍କ ଆକାଉଣ୍ଟ୍ରୁ ୪୦ ହଜାର ଟଙ୍କା କଟି ଯାଇଥିବା ମେସେଜ୍ ଆସିଥିଲା। ଏହାକୁ ନେଇ ସଂପୃକ୍ତ ଜମାକାରୀ କାଙ୍କଡ଼ପାଳ ପଞ୍ଚାୟତ ଗିରିଙ୍ଗାମାଳି ଗାଁର ନଳିନୀକାନ୍ତ ମହାନ୍ତ ବିଚଳିତ ହୋଇ ପଡ଼ିଥିଲେ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କଲରଙ୍ଗିଅତ୍ତା ଶାଖା ପ୍ରବନ୍ଧକଙ୍କୁ ଭେଟି ପଚାରି ବୁଝିଥିଲେ। ଏଟିଏମ୍ ଜରିଆରେ ଏହି ଜମାରାଶି ଗାଏବ୍ ହୋଇଥିବା ସୂଚନା ମିଳିଥିଲା। ଏନେଇ ସେ ଗତକାଲି କାଳିଆପାଣି ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲାକୁ ଭିତ୍ତି କରି ଆଇପିସି ଦଫା ୪୨୦ ଏବଂ ୬୬ସି ଓ ୬୬ଡି ଆଟି ଆକ୍ଟ୍ ବଳରେ ପୁଲିସ ଏକ ମାମଲା ୬/୨୨ ରୁଜୁ କରି ଅଧିକ ତଦନ୍ତ କରୁଥିବା କହିଛି।
ଏଟିଏମ୍ରୁ ୪୦ ହଜାର ଉଠାଇନେଲେ ଲୁଟେରା
/sambad/media/post_attachments/wp-content/uploads/2019/09/loot-atm.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)