ବାଲେଶ୍ୱର: ଏଟିଏମ ମେସିନ ଭାଙ୍ଗି ଟଙ୍କା ଲୁଟ୍

ବାଲେଶ୍ୱର: ବାଲେଶ୍ୱର ସଦର ଥାନା ହଲଦୀପଦା ଫାଣ୍ଡି ଅଧୀୀନସ୍ଥ ପଦ୍ମପୁର ହାଟରେ ଥିବା ଏସବିଆଇ ଏଟିଏମରୁ ଲୁଟ୍ କକରାଯାଇଥିବାର ଅଭିଯୋଗ ହୋଇଛି। ଗ୍ୟାସ କଟରରେ ଏଟିଏମ ମେସିନ ଭାଙ୍ଗି ଟଙ୍କା ଲୁଟ ହୋଇଥିବା ଜଣାପଡିଛି। ଏହି  ଘଟଣା କାଲି ରାତି ୩ଟା ୨୦ ମିନିଟ୍ ସମୟରେ ଘଟିଛି ବୋଲି କୁହାଯାଇଛି।

ପାଖ ସିସି କ୍ୟାମେରାରୁ ଜଣାପଡୁଛି  ତିନି ଜଣ ବ୍ୟକ୍ତି ସେହି ସମୟରେ ସେଠାକୁ ଆସୁଛନ୍ତି ଆଉ ଭିତରକୁ ଯାଉଛନ୍ତି। ସକାଳେ ଘଟଣା ପ୍ରଘଟ ହେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ତେବେ କେତେ ଟଙ୍କା ଏଟିଏମରୁ ଲୁଟ୍ ହୋଇଛି ତାହା ସ୍ପଷ୍ଟ ଜଣା ପଡିନଥିଲେ ମଧ୍ୟ ସବୁତକ ଟଙ୍କା ନେଇଯାଇଛନ୍ତି ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର