ବାଇକ୍‌ ବାସ୍କେଟରୁ ଟଙ୍କା ଲୁଟ୍‌: ସିସି କ୍ୟାମେରାରେ କଏଦ ହେଲା ଫଟୋ

ଆନନ୍ଦପୁର: ଘସିପୁରା ଥାନା ୨୦ନମ୍ବର ଜାତୀୟ ରାଜପଥ ବାରିଗାଁ-ବେଲବାହାଳି ଛକ ନିକଟରୁ ଜଣେ ଅଟୋପାର୍ଟସ୍ କମ୍ପାନିର କର୍ମଚାରୀଙ୍କଠାରୁ ପାଖାପାଖି ୩୦ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। କମ୍ପାନିର କର୍ମଚାରୀ ଭଦ୍ରକର ସୁଶାନ୍ତ ପଣ୍ଡା ଛକରେ ଥିବା ମହିମା ହୋଟେଲରେ ଖାଉଥିବା ସମୟରେ ଲୁଟେରାମାନେ ଟଙ୍କା ଲୁଟି ନେଇଛନ୍ତି।

ସୂଚନା ଅନୁସାରେ ସୁଶାନ୍ତ ଆନନ୍ଦପୁର ଅଞ୍ଚଳକୁ ଟଙ୍କା କଲେକ୍ସନ ପାଇଁ ଆସିଥିଲେ। ଦିନ ପ୍ରାୟ ଦୁଇଟାବେଳେ ଟଙ୍କା ବ୍ୟାଗ୍ ବାଇକ୍ ବାସ୍କେଟରେ ରଖି ହୋଟେଲ ଭିତରକୁ ଖାଇବାକୁ ଯାଇଥିଲେ। ଖାଇବା ସମୟରେ ଦୁଇଜଣ ଯୁବକ ଆସି ବାସ୍କେଟ୍ ଖୋଲି ଟଙ୍କା ବ୍ୟାଗକୁ ନେଇ ଏକ ବାଇକରେ ଚାଲି ଯାଇଥିଲେ। ସୁଶାନ୍ତ ଏ ସମ୍ପର୍କରେ ଘସିପୁରା ଥାନାରେ ଅଭିଯୋଗ କରିବାପରେ ପୁଲିସ୍ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର