ନୂଆପଡ଼ା : ଗୁରୁବାର ଅପରାହ୍ଣରେ ନୂଆପଡ଼ା ସଦର ଅଞ୍ଚଳରୁ ବାଇକ୍ ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି। ସଦର ଅଞ୍ଚଳର ପଞ୍ଚାନନ ପାଢ଼ୀ ସ୍ଥାନୀୟ ଏସ୍ବିଆଇରୁ ୫୦ ହଜାର ଟଙ୍କା ଉଠାଇଥିଲେ। ଟଙ୍କା ତକ ବାଇକ୍ ଡିକିରେ ରଖି ନିକଟସ୍ଥ ଫଳ ଦୋକାନକୁ ଯାଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ବାଇକ୍ ଡିକି ଭାଙ୍ଗି ଟଙ୍କା ଲୁଟ୍ କରିଥିଲେ। ଅଭିଯୋଗ କରିବା ପରେ ପୁଲିସ ସିସିଟିଭି ଯାଞ୍ଚ୍ କରି ତଦନ୍ତ କରୁଛି।
ସେହିପରି ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟ ୨ନଂ ଗେଟ୍ ନିକଟରୁ ଜଣେ ବ୍ୟକ୍ତିଙ୍କ ବାଇକ୍ ଡିକିରୁ ୬୦ ହଜାର ଟଙ୍କା ଦୁର୍ବୃତ୍ତମାନେ ଲୁଟ କରିଛନ୍ତି। ଅଭିଯୋଗ ପରେ ପୁଲିସ ଛାନଭିନ୍ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/loot-e1601884111978-640x430-2.jpg)