ନେଇଗଲେ ଦୁଇଲକ୍ଷ ଟଙ୍କାର ଫର୍ଣ୍ଣିଚର

ପାଣିକୋଇଲି : ପାଣିକୋଇଲି ଥାନା ଅନ୍ତର୍ଗତ ପାଣିକୋଇଲି-ରଗଡ଼ି ରାସ୍ତାର ଲକ୍ଷ୍ମୀବିହାର ଠାରେ ଥିବା ଏକ ଫର୍ଣ୍ଣିଚର କାରଖାନାରୁ ଚୋରି ହୋଇଥିବା ଅଭି‌ଯୋଗ ହୋଇଛି।

ଏହି ଥାନା ଅନ୍ତର୍ଗତ ପଥରପଦା ପଞ୍ଚାୟତ ଓଚିନ୍ଦା ଗ୍ରାମର କେଶବ ଓଝାଙ୍କ ପୁଅ ଦେବରଂଜନ ଏଠାରେ ଏକ ଫର୍ଣ୍ଣିଚର କାରଖାନା କରିଛନ୍ତି। ଏବେ ବାହାଘର ଋତୁ ଚାଲିଥିବାରୁ ଏହି କାରଖାନାରେ ବହୁ କାଠ ତିଆରି ଫର୍ଣ୍ଣିଚର ରଖାଯାଇଥିଲା। ଶନିବାର ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିବା ଦେବରଞ୍ଜନ ରବିବାର ସକାଳୁ ଆସିବା ବେଳକୁ କାରଖାନାରୁ ଚୋରି ହୋଇଯାଇଥିଲା। ଚୋରମାନେ କୌଣସି ଗାଡ଼ି ଆଣି କାରଖାନାରେ ତିଆରି ହୋଇଥିବା ଫର୍ଣ୍ଣିଚର ସମେତ ବହୁ ଯନ୍ତ୍ରାଂଶ ଚୋରି କରିନେଇଥିଲେ। ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଊର୍ଦ୍ଧ୍ବ ହେବବୋଲି କାରଖାନା ମାଲିକ ଅଭିଯୋଗ କରିଛନ୍ତି। ଏନେଇ ଅଭିଯୋଗ ପରେ ପୁଲିସ ଏକ ମାମଲା ୩୬/୨୨ ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର