ତାଳଚେର : ତାଳଚେର ଥାନା ତାଳବେଡ଼ା ଗାଁର ଆଦିତ୍ୟ ଦାସଙ୍କ ଘରେ ଗତକାଲି ରାତିରେ ଦୁର୍ବୃତ୍ତମାନେ କଳାକନା ବୁଲାଇଦେଇଛନ୍ତି। ସୂଚନା ଅନୁଯାୟୀ, ଆଦିତ୍ୟ ଗତ ୪ ଦିନ ହେଲା ପରିବାର ସଦସ୍ୟଙ୍କ ସହିତ ଡାକ୍ତରଖାନାରେ ଥିଲେ। ଘରେ କେହି ନଥିବା ସୁଯୋଗରେ ଗତକାଲି ରାତିରେ କେତେକ ଦୁର୍ବୃତ୍ତ ତାଙ୍କ କବାଟ ଭାଙ୍ଗି ଘର ଭିତରୁ ଟିଭି, ଲୁଗାପଟା ସହିତ ଆଲମିରା ତାଡ଼ି ସୁନା ଗହଣା, ନଗଦ ଟଙ୍କା ପ୍ରଭୃତି ଲୁଟି ନେଇଥିଲେ। ଗୁରୁବାର ସକାଳେ ପଡ଼ୋଶୀ ଏହା ଜାଣିବା ପରେ ତାଙ୍କୁ ଖବର ଦେଇଥିଲେ। ଆଦିତ୍ୟ ଆସି କବାଟ, ଆଲମିରା ଭଙ୍ଗାଯାଇ ସମସ୍ତ ଜିନିଷ ଚୋରି ହୋଇଥିବା ଦେଖିଥିଲେ। ଏ ସଂପର୍କରେ ସେ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି।