ହାଟଡିହି : ନନ୍ଦିପଦା ଥାନା ବୃନ୍ଦାବନପୁର ଗ୍ରାମରୁ ଗତକାଲି ରାତିରେ କିଛି ଦୁର୍ବୃତ୍ତ ୫ଜଣଙ୍କ ଘରୁ ଚୋରି କରିଛନ୍ତି। ଅବନୀ କୁମାର ଜେନା ଭଦ୍ରକରେ ରହୁଥିବାବେଳେ ଗତକାଲି ରାତିରେ ଦୁର୍ବୃତ୍ତମାନେ ତାଙ୍କ ଘରର ତାଲାଭାଙ୍ଗି ବିଭିନ୍ନ ସାମଗ୍ରୀ ଚୋରି କରିଛନ୍ତି। ସେହିପରି ଗ୍ରାମର କରୁଣାକର ମହାନ୍ତିଙ୍କ ଘରୁ ୧୭୦୦ ଟଙ୍କା, ଆନନ୍ଦ ସ୍ୱାଇଁଙ୍କ ଘରୁ ଚେୟାର, ବାଲ୍ଟି, ଗରା, ଜୟନ୍ତ ସ୍ୱାଇଁଙ୍କ ଘରୁ କିଛି ବୈଦ୍ୟୁତିକ ସାମଗ୍ରୀ ଚୋରି କରିଛନ୍ତି। ମାଗୁଣି ସ୍ୱାଇଁଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ବିଭିନ୍ନ ସାମଗ୍ରୀ ଚୋରି କରିଛନ୍ତି। ତେବେ ଏ ସମ୍ପର୍କରେ ନନ୍ଦିପଦା ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନା ଅଧିକାରୀ କହିଛନ୍ତି।
ବୃନ୍ଦାବନପୁରରୁ ୫ ଘରୁ ଚୋରି
/sambad/media/post_attachments/wp-content/uploads/2021/02/loot-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)