ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ମିସନଛକଠାରେ ଥିବା ଏସ୍ବିଆଇ ଏଟିଏମ୍କୁ କାଟି ଦୁର୍ବୃତ୍ତମାନେ ୧୪ ଲକ୍ଷ ୮୦ ହଜାର ୫ଶହ ଟଙ୍କା ଲୁଟି ନେଇଛନ୍ତି। ଖଡ଼ିଆଳ ଏସ୍ବିଆଇର ଶାଖା ପରିଚାଳକଙ୍କ ଏତଲା ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି।
ରବିବାର ରାତିରେ ଖଡ଼ିଆଳ ଥାନା ମିସନଠାରେ ଥିବା ଏସ୍ବିଆଇ ଏଟିଏମ୍ର ଟଙ୍କା ବାକ୍ସକୁ ଦୁର୍ବୃତ୍ତମାନେ ଗ୍ୟାସ୍ କଟର୍ରେ କାଟିଥିଲେ। ସେଥିରେ ଥିବା ୧୪ ଲକ୍ଷ ୮୦ ହଜାର ୫ଶହ ଟଙ୍କାକୁ ଲୁଟି ନେଇ ଫେରାର୍ ହୋଇ ଯାଇଥିଲେ। ସକାଳେ ସ୍ଥାନୀୟ ଲୋକ ଜାଣିବା ପରେ ଖଡ଼ିଆଳ ଷ୍ଟେଟ୍ ବ୍ୟାଙ୍କ ଅଧିକାରୀଙ୍କୁ ଖବର ଦେଇଥିଲେ। ପରେ ଷ୍ଟେଟ୍ ବ୍ୟାଙ୍କ ଶାଖା ପରିଚାଳକ ଦେବୀ ପ୍ରସାଦ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ ପରେ ଖଡିଆଳ ଥାନାରେ ଏତଲା ଦେଇଥିଲେ। ନୂଆପଡ଼ା ଏସ୍ପି ଜି. ଆର୍ ରାଘବେନ୍ଦ୍ର ଓ ଖଡ଼ିଆଳ ଏସ୍ଡିପିଓ ଅରୂପ ଅଭିଷେକ ବେହେରା, ଥାନା ଅଧିକାରୀ ପ୍ରଦୀପ ଧରୁଆ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ସେଠାରେ ଲାଗିଥବା ସିସିଟିଭି ଫୁଟେଜ୍କୁ ନେଇ ତଦନ୍ତ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଲୁଟେରାମାନଙ୍କ କୌଣସି ଟେର୍ ପାଇ ନାହିଁ। ଏ ନେଇ ଖଡ଼ିଆଳ ଥାନାରେ ଏକ ମାମଲା ରୁଜୁ ହୋଇଛି। ଖୁବ୍ ଶୀଘ୍ର ଲୁଟେରାମାନଙ୍କୁ ଗିରଫ କରାଯିବ ବୋଲି ଏସ୍ଡିପିଓ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/13336a3a-a96c-429f-a48f-38ba26d5751b.jpeg)