ଭୁବନେଶ୍ୱର: ରାଜଧାନୀରେ ଅଭିନବ ଉପାୟରେ ଗହଣା ଲୁଟ୍ ହୋଇଥିବାର ଖବର ମିଳିଛି। ରାଜଧାନୀର କେସୁରା ଅଞ୍ଚଳରେ ଥିବା ଏକ ବିବାହ ମଣ୍ଡପରୁ ୨ ଲକ୍ଷର ଗହଣା ଲୁଟ୍ ହୋଇଥିବାର ଅଭିଯୋଗ ହୋଇଛି।
ମଳିଥିବା ସୂଚନା ଅନୁଯାୟୀ, ଗତକାଲି ପଲ୍ଲବୀ ମଣ୍ଡପରେ ସତ୍ୟ ନାରାୟଣ ମହାରଣାଙ୍କ କନ୍ୟାଙ୍କର ବାହାଘର ଚାଲିଥିବା ବେଳେ, ଘରଲୋକ ଭଳି ଆସି ଜଣେ ଯୁବକ ଓ ଜଣେ ନାବାଳକ ଗହଣା ଭର୍ତ୍ତି ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ଗହଣା ଖୋଜାଖୋଜି କରିବା ପରେ ସିସିଟିଭି ଫୁଟେଜରୁ ଲୁଟ୍ ହୋଇଥିବା ଜଣାପଡ଼ିଥିଲା। ଏହାପରେ ସତ୍ୟନାରାୟଣ ମହାରଣା ଲୁଟରେ ଜଣେ ନାବାଳକ ଓ ଜଣେ ଯୁବକ ସଂପୃକ୍ତ ଥିବା ନେଇ ସହିଦ ନଗର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp