ତେଲକୋଇ: ଆଜି ସକାଳ ୧୦ଟା ସମୟରେ ତେଲକୋଇ ଥାନା ଭୀମକାଣ୍ଡ ପଞ୍ଚାୟତ ଅନ୍ତର୍ଗତ କୁଇଲିସୁତା ହାଟ ପଡ଼ିଆ ନିକଟରେ ୨ ଜଣ ଦୁର୍ବୃତ୍ତ ଏସବିଆଇ ଗ୍ରାହକ ସେବା କେନ୍ଦ୍ରର କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଭୁଜାଲିରେ ଆକ୍ରମଣ କରି ତାଙ୍କଠାରୁ ୫୦ ହଜାର ଟଙ୍କା ସହିତ ଗୋଟିଏ ଲାପଟପ୍ ଓ ଗୋଟିଏ ମୋବାଇଲ ଲୁଟି ନେଇଛନ୍ତି। ମିଳିଥିବା ସୂଚନା ମୁତାବକ ଆକୁଳ ଗ୍ରାମର ରତନ ଖୁଣ୍ଟିଆ କରଦାଙ୍ଗି ଗ୍ରାମରେ ଏକ ଏସବିଆଇ ଗ୍ରାହକ ସେବା କେନ୍ଦ୍ର ଖୋଲିଛନ୍ତି। ସେ ଟଙ୍କା ଧରି ବାଇକ୍ ଯୋଗେ ଯାଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ଥିବା ୨ ଦୁର୍ବୁତ୍ତ ଅଟକାଇ ମୁଣ୍ଡରେ ବନ୍ଧୁକ ଲଗାଇ ବ୍ୟାଗ୍ ଛଡାଇ ଥିଲେ। ରତନ ପ୍ରତିବାଦ କରିବାରୁ ଭୁଜାଲିରେ ଆକ୍ରମଣ କରିବାରୁ ସେ ହାତ ଦେଖାଇ ଦେବାରୁ ସାମାନ୍ୟ ଆହତ ହୋଇଛନ୍ତି।
ଲୁଟ ପରେ ଏକ ହୋଣ୍ଡା ସାଇନ୍ ବାଇକ୍ ଯୋଗେ ଲୁଟେରା ଚମ୍ପଟ ମାରିଥିଲେ। ଗୋଳାଗାଡିଆ କାଜୁ ବଗିଚାରେ ଏକ ମୋବାଇଲ ଫୋପାଡି ଦେଇଥିବା ବେଳେ ଟଙ୍କା, ଲାପଟପ ଓ ଅନ୍ୟ ଏକ ମୋବାଇଲ ନେଇଯାଇଛନ୍ତି । ଏନେଇ ଖବର ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେଲକୋଇ ଅଞ୍ଚଳରେ କିଛି ଦିନ ବ୍ୟବଧାନରେ ଏଭଳି ଲୁଟପାଟ ଯୋଗୁଁ ଲୋକେ ଭୟଭୀତ ହୋଇ ପଡିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/b3cebefc-5ef4-4c69-a631-e0d538127b28.jpg)
