ରସିଦପୁର ଜଗନ୍ନାଥ ମନ୍ଦିରରୁ କଳାକନା ବୁଲାଇଲେ

ଭୋଗରାଇ : ଭୋଗରାଇ ଥାନା କୃପାକ୍ଷେତ୍ର ରସିଦପୁର ଜଗନ୍ନାଥ ମନ୍ଦିରରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କା ଓ ସୁନା, ରୁପାଗହଣା ଲୁଟି ନେଇଛନ୍ତି। ପୁଲିସ ଘଟଣାର ଛାନଭିନ୍ କରୁଛି।

ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ ମନ୍ଦିରର ସିଂହଦ୍ବାର ତାଲା ଭାଙ୍ଗି ସୁନା, ରୁପାଅଳଙ୍କାର ସମେତ ନଗଦ ଟଙ୍କା ଚୋରି ହୋଇଛି। ୫ଟି ରୁପା ମୁକୁଟ, ସୁନାହାର ଓ ଲକେଟ, ଅନ୍ୟାନ୍ୟ ସୁନା, ରୁପାଅଳଙ୍କାର ସମେତ ମନ୍ଦିରରେ ଥିବା ବାକ୍ସ ଭାଙ୍ଗି ସେଥିରୁ ନଗଦ ୫୦ ହଜାର ଟଙ୍କା ଓ ହୁଣ୍ଡିରେ ଥିବା ଟଙ୍କା ମଧ୍ୟ ଚୋରି ହୋଇଥିବା ଜଣାପଡ଼ିଛି। ଏପରିକି ତିନି ଠାକୁରଙ୍କ ସମସ୍ତ ଅଙ୍ଗବସ୍ତ୍ର ମଧ୍ୟ ନେଇ ଯାଇଛନ୍ତି ଦୁର୍ବୃତ୍ତ। ମଙ୍ଗଳବାର ସକାଳେ ମନ୍ଦିର ପୂଜକ ଚୋରି ହୋଇଥିବା ଜାଣିବା ପରେ ଟ୍ରଷ୍ଟ ବୋର୍ଡ ସଦସ୍ୟମାନଙ୍କୁ ଖବର ଦେଇଥିଲେ।

ସମ୍ବନ୍ଧିତ ଖବର